ନିମାପଡା :ନିମାପଡା ବ୍ଲକ ଅନ୍ତର୍ଗତ ତମ୍ପାଳୋ ପଂଚାୟତ ପାଳଶ୍ରୀ ସେବା ସମବାୟ ସମିତିରେ ଧାନ କ୍ରୟରେ ଅନିୟମିତତା ପ୍ରତିବାଦରେ ଆଜି ସମିତି ସମ୍ମୁଖରେ ଚାଷୀମାନେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ନାମ ପଂଚିକରଣ କରି ଟୋକନ ପାଇଥିବା ଚାଷୀଙ୍କ ଧାନକୁ ସମିତି ରଖୁନଥିବା ଏବଂ ଏହି ସମିତିରିରେ ଧାନ କିଣାରେ ବ୍ୟାପକ ଅନିୟମିତତା କରାଯାଇଥିବା ନେଇ ଧାନ ବିକ୍ରୟ କରିବାରୁ ବଂଚିତ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।ସମିତିରେ ଟୋକନ ପାଇଥିବା ସମସ୍ତ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯାଉନଥିବାରୁ ବାହାର ବେପାରୀ ଆସି ଉକ୍ତ ପଂଚାୟତରେ ରାଜ ଚଳାଇଛନ୍ତି ।ବାଧ୍ୟ ହୋଇ ଚାଷୀ ଶାଗ ମାଛ ଦରରେ ନିଜର ଧାନ ବେପାରୀଙ୍କୁ ବିକୁଥିବା ବହୁ ଚାଷୀ ପ୍ରକାଶ କରିଛନ୍ତି ।
ଚାଷୀ ଆଦିକନ୍ଦ ସ୍ୱାଇଁ,ବ୍ରହ୍ନାନନ୍ଦ ସ୍ୱାଇଁ,ନୃସିଘଂ ମହାରଣା,ସୁନିଲ କୁମାର ସାହୁ,ଦେବରାଜ ଦାଶ,ଶାନ୍ତିଲତା ନାୟକ,ବ୍ରହ୍ମାନନ୍ଦ ସାହୁ,ଲକ୍ଷ୍ମିଧର ମହାନ୍ତି,ବୈକୁଣ୍ଠ ମହାନ୍ତି,ବେଣୁଧର ସାହୁ,ନୃସିଂହ ମହାନ୍ତିଙ୍କ ସମେତ ୨୦ରୁ ଉଦ୍ଧ୍ୱର୍ ଚାଷୀ ସମବାୟ ସମିତି ଆଗରେ ଧାରଣାରେ ବସିରହିବା ସହିତ ସେମାନଙ୍କ ଫସଲକୁ ତୁରନ୍ତ କିଣିବା ସାଙ୍ଗକୁ ଉକ୍ତ ସେବା ସମବାୟ ସମିତିରରେ ହେଉଥିବା ଅନିୟମିତତାକୁ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲେ ।କର୍ତବ୍ୟରେ ଅବହେଳା ପାଇଁ ଗତ ୨ ତାରିଖରେ ସମିତିର ପୂର୍ବତନ ସଂପାଦକ ବେଣୁଧର ପ୍ରଧାନଙ୍କୁ ନିଲମ୍ବନ କରାଯାଇଥିଲା ।ତାଙ୍କ ସ୍ଥାନରେ ଏବେ ତ୍ରିନାଥ ରାଉତ ଏହି ଦାୟିତ୍ୱ ତୁଲାଇ ଆସୁଛନ୍ତି ।ଏସଂପର୍କରେ ସଂପାଦକ ଶ୍ରୀ ରାଉତଙ୍କୁ ପଚାରିବାରେ ସେ ଦାୟିତ୍ୱ ନେବା ପର ଠାରୁ କୈାଣସି ଅନିୟମିତତା ହୋଇନଥିବା ପ୍ରକାଶ କରିଛନ୍ତି ।(