Odisha news

ନିମାପଡାରେ ଦେଢବର୍ଷର ଶିଶୁ ପୁତ୍ରକୁ କରୋନା , ନିମାପଡାରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୯ ଛୁଇଁଲା

0

ନିମାପଡା :ଏହି ବ୍ଲକ ଅନ୍ତର୍ଗତ ଭିଲିଗ୍ରାମ ପଂଚାୟତର ଜଣେ ଦେଢବର୍ଷର ଶିଶୁ ପୁତ୍ରର କରୋନା ପଜେଟିଭ ଆସିଛି ।ଗତ ୧୭ ତାରିଖରେ ଦମ୍ପତି ନିଜର ଦୁଇ ଶିଶୁପୁତ୍ରଙ୍କୁ ଧରି ହରିଆନା ଗୁରଗାଁଓରୁ ଭିଲିଗ୍ରାମ ଆସିଥିଲେ ।

ଫେରିବା ପରେ ଦମ୍ପତି ଏବଂ ତାଙ୍କ ୨ଶିଶୁ ଉକ୍ତ ପଂଚାୟତରେ ଥିବା କ୍ୱାରେନଟାଇନ ସେଂଟରରେ ରହିଥିଲେ ।ଗତ ୨୪ ତାରିଖରେ ୪ଜଣଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା ।

ତେବେ ୩ଜଣଙ୍କ ନମୁନା ନେଗେଟିଭ ଆସିଥିବା ବେଳେ ତାଙ୍କର ଏକ ଦେଢବର୍ଷ ଶିଶୁପୁତ୍ରର ନମୁନା ପଜେଟିଭ ବାହାରିଥିବା ଜଣାପଡିଛି ।ଦେଢବର୍ଷର ଏହି ଶିଶୁପତ୍ରକୁ ମିଶାଇ ଉକ୍ତ ପଂଚାୟତରେ କରୋନା ରୋଗୀଙ୍କ ସଂଖ୍ୟା ୩ରେ ପଂହଚିଥିବା ବେଳେ ନିମାପଡାରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୯ ଛୁଇଁଛି ।

Leave A Reply