Odisha news

ନିମାପଡା : ଧାନର ଅଭାବୀ ବିକ୍ରି ପ୍ରତିବାଦରେ ଚାଷୀ ସୁରକ୍ଷା ମଞ୍ଚ ପକ୍ଷରୁ ବିକ୍ଷୋଭ

0

ନିମାପଡା : ଆଜି ନିମାପଡା ଚାଷୀ ସୁରକ୍ଷା ମଂଚ ପକ୍ଷରୁ ଧାନର ଅଭାବୀ ବିକ୍ରି ପ୍ରତିବାଦରେ  ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ନିମାପଡା ବ୍ଲକରେ ଥିବା ସେବା ସମବାୟ ସମିତି ଗୁଡିକରେ ପଂଚିକୃତ ଚାଷୀଙ୍କ ଠାରୁ ସଠିକ ଭାବେ ଧାନ କ୍ରୟ କରାଯାଉନଥିବାରୁ ଚାଷୀମାନେ ନିରାଶ ହୋଇ ଧାନର ଅଭାବୀ ବିକ୍ର କରିବାକୁ ବାଧ୍ୟ ହେଉଛନ୍ତି ।ସେହିପରି ଲକ ଡାଉନ ପରଠାରୁ ପାନର ଅଭାବୀ ବିକ୍ରି ଦେଖାଦେଇଥିବା ବେଳେ ଗତ ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପାନଚାଷୀଙ୍କୁ  କ୍ଷତିପୂରଣ ରାଶି ଆଜି ପର୍ଯ୍ୟନ୍ତ ମିଳିନଥିବାରୁ କ୍ଷତିଗ୍ରସ୍ତ ଚାଷୀମାନେ ବହୁ ଦୁର୍ଦ୍ଧିନରେ ରହିଥିବା ଚାଷୀ ସୁରକ୍ଷା ମଂଚ ପକ୍ଷରୁ ଅଭିଯୋଗ କରାଯାଇଛି  ।

ଧାନର ଅଭାବୀ ବିକ୍ରି ରୋକାଯିବା ଏବଂ ପାନଚାଷୀଙ୍କୁ କ୍ଷତିପୁରଣ ଅର୍ଥ ପ୍ରଦାନ କରାଯିବା ଦାବୀ କରି ଆଜି ମଂଚର ସଭାପତି ତପନ ଜ୍ୟୋତି ବରିହାଙ୍କ ନେତୃତ୍ୱରେ ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।ପୂର୍ବତନ ସରପଂଚ ବଟକୃଷ୍ଣ ସ୍ୱାଇଁ,ଗଙ୍ଗାଧର ବରାଳ,ସଂଜୟ କେତନ ମହାପାତ୍ର,ଶରତ ଦାସ,ମଧୁସୂଦନ ରାଉତରାୟ,ଲିଙ୍ଗରାଜ ପ୍ରଧାନ ପ୍ରମୁଖ ମଂଚର କର୍ମକର୍ତା ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ।ପରେ ଏନେଇ ଜିଲ୍ଲାପାଳଙ୍କ ଉଦେ୍ଧଶ୍ୟରେ ଏକ ଦାବୀପତ୍ର ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକଙ୍କୁ ପ୍ରଦାନ କରାଯାଇଥିଲା ।

Leave A Reply