Odisha news

ଲିଟିଲଷ୍ଟାର ଗ୍ରୁପ ପକ୍ଷରୁ ପାଠ ମଉଜ ଓ ସମ୍ବର୍ଦ୍ଧନା ସମାରୋହ

0

ନିମାପଡା :ଶିଶୁ ବିକାଶ ଅନୁଷ୍ଠାନ ଲିଟିଲଷ୍ଟାର ଗ୍ରୁପ ପକ୍ଷରୁ ୧୭ତମ ପାଠ ମଉଜ ଓ ସମ୍ବର୍ଦ୍ଧନା ସମାରୋହ ଆଜି ଉଦ୍ୟାପିତ ହୋଇଯାଇଛି ।କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପ୍ରତିଭାବାନ ପିଲାମାନଙ୍କ ଘରକୁ ଯାଇ ସେମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ନିମାପଡା ଅଂଚଳର ଯୁକ୍ତ ୨ ବିଜ୍ଞାନରେ ଟପର ହୋଇଥିବା ଛାତ୍ରୀ ପୁଷ୍ପାଞ୍ଜଳି ମୁଦୁଲି,୧୦ମ ଶ୍ରେଣୀର ରୋଜାଲିନୀ ସାହୁ ଏବଂ ସୈାମ୍ୟରଂଜନ ବେହେରାଙ୍କୁ ଗ୍ରୁପ ପକ୍ଷରୁ ସ୍ଥାନୀୟ ପ୍ରାକ୍ଟିସିଂ ୟୁଜିୟୁପି ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଏହି ଉସôବରେ ନିମାପଡା ମଣ୍ଡଳଶିକ୍ଷାଧିକାରୀ ବିଜୟ କୁମାର ବେହେରା,ଏବିଓ ବସନ୍ତ କୁମାର ମିଶ୍ର,ଚିତରଂଜନ ସ୍ୱାଇଁ,ଶିକ୍ଷକ ନିର୍ମଳ ମିଶ୍ର,ଗ୍ରୁପର ସଂପାଦକ ସୁମନ୍ତ ମହାରଣା,ପ୍ରକାଶ ଚନ୍ଦ୍ର ସାବୁତ ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ଏହା ପୂର୍ବରୁ ଗୋପ,କାକଟପୁର,ବାଲିପାଟଣା,ପୁରୀ ପ୍ରମୁଖ ଶିକ୍ଷାଜିଲ୍ଲାର କୃତୀ ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ଗ୍ରୁପର ସଂପାଦକ ଶ୍ରୀ ମହାରଣା ସୂଚନା ଦେଇଛନ୍ତି

Leave A Reply