ନିମାପଡା :ନିମାପଡା ଏନ୍ଏସି ଅଂଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।୧୫ଦିନ ମଧ୍ୟରେ ଏନ୍ଏସିର କେତେକ ୱାର୍ଡ,ଥାନାରେ ଅନେକ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନର ପାଇଁ ଚିନ୍ତାର କାରଣ ହୋଇଛି ।
ପୁରୀ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ପରିଷଦ ପକ୍ଷରୁ ନିମାପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ର,ଶନି,ରବି ତିନିଦିନ ଧରି ମାଗଣାରେ ଆଟିଂଜେନ ପରୀକ୍ଷା ଶିବିର ଖୋଲାଯିବାର ବ୍ୟବସ୍ଥା ହୋଇଛି ।
ଆଜି ପରିଷଦ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଜନସାଧାରଣଙ୍କୁ ଏହା ଜଣାଇ ଦିଆଯାଇଛି ।ପରିଷଦ ଅଂଚଳର ବାସିନ୍ଦା ଏବଂ ବଜାରର ବ୍ୟବସାୟୀମାନେ ନିଜର ଯେକୈାଣସି ପରିଚୟ ପତ୍ର ଦେଖାଇ ଶିବିରରେ ସକାଳ ୯ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଆଟିଂଜେନ ଟେଷ୍ଟ କରିପାରିବେ ବୋଲି ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶଶୀ ଭୂଷଣ ମିଶ୍ର ପ୍ରକାଶ କରିଛନ୍ତି ।
