Odisha news

ପଲଟିଲା 108 ଆମ୍ବୁଲାନ୍ସ , 2ଗୁରୁତର

0

ନିମାପଡ଼ା : ଆଜି ସକାଳୁ ଚାରିଛକ- ନିମାପଡ଼ା ରାସ୍ତାର ଛଣିଜଙ୍ଗ ଛକ ନିକଟରେ ପଲଟିଲା ଜରୁରୀ କାଳୀନ ସେବା ଯୋଗାଉଥିବା 108 ଆମ୍ଵୁଲାନ୍ସ ।ଡ୍ରାଇଭର ସହ 2ଗୁରୁତର ।

ଆମ୍ଵୁଲାନ୍ସଟି ଚାରିଛକ ମେଡିକାଲରୁ ଜଣେ ରୋଗୀଙ୍କୁ ନେଇ ପୁରୀ ହସ୍ପିଟାଲରେ ଛାଡି ଫେରୁଥିବା ସମୟରେ ଛଣିଜଙ୍ଗ ଛକ ନିକଟରେ ଭାରସ୍ୟାମ ହରାଇ ରାସ୍ତା କଡରେ ଥିବା ଏକ କୁଟା ଗଦାକୁ ଧକା ଦେଇ ପଲଟିଯାଇଥିଲା ।

ଫଳରେ ଡ୍ରାଇଭର ସହ ରାସ୍ତା କଡରେ ଛିଡା ହୋଇଥିବା ଜଣେ ବ୍ୟକ୍ତି ଗୁରୁତର ଆହାତ ହୋଇଥିଲେ । ଚିକିତ୍ସା ପାଇଁ ଚାରିଛକ  ମେଡିକାଲ ରେ ଭର୍ତି କରାଯାଇଛି ।

Leave A Reply