ନିମାପଡା :ଆଜି ସ୍ଥାନୀୟ ସିପିଆଇ ପକ୍ଷରୁ ବାରମ୍ବାର ତୈଳଦର ବୃଦ୍ଧି ପ୍ରତିବାଦରେ ଚାରିଛକ ବଜାର ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ସିପିଆଇ ନେତା କୃଷ୍ଣଚନ୍ଦ୍ର ରାଉତ,ସନାତନ ପାତ୍ର,ସନ୍ତୋଷ ବେହେରା,ଗୋବର୍ଦ୍ଧନ ସାହୁ,ଶଙ୍କର ପରିଡା,ପରମୁ ବାଘ,ଧୁଳିରାମ ଭୋଇ,କାଳନ୍ଧୀ ବେହେରା ପ୍ରମୁଖଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନମାନ ଦେଇ ଚାରିଛକ ବଜାର ପରିକ୍ରମା କରିଥିଲେ । ସରକାରଙ୍କ ଏହି ଜନମାରଣା ନୀତିକୁ ସେମାନେ ତୀବ୍ର ସମାଲୋଚନା କରିଥିଲେ