ନୀଳଗିରି : ଅଭାବୀ ଧାନ ବିକ୍ରିକୁ ନେଇ ଗୁରୁବାର ଦିନ ନିଜଗଡ଼ ସେବା ସମବାୟ ସମିତି ର ·ଷୀମାନେ ଧାନବସ୍ତା ପକାଇ ନୀଳଗିରି ସହର ର ରାସ୍ତାକୁ ଅବରୋଧ କରିଥିଲେ । ·ଷୀଙ୍କ ଅନଲାଇନ ଟୋକନ ପ୍ରାପ୍ତ ପରେ ଗତ ୦୮.୦୨.୨୧ରିଖ ସୁଦ୍ଧା ୧୧ହଜାର କୁ୍ୟଣ୍ଟାଲ ଧାନ ଟାର୍ଗେଟ ଥିବା ବେଳେ ଧାନ କ୍ରୟ ବନ୍ଦ ହୋଇଥିବାରୁ ଏହାକୁ ବିରୋଧ କରି ·ଷୀମାନେ ରାସ୍ତା ରୋକରେ ବସିଥିଲେ । ଅଭାବୀ ଧାନ ବିକ୍ରିର ସୁଧାର ଆଣିବା ପାଇଁ ·ଷୀମାନେ ୨୧.୧.୨୧ରିଖରେ ବାଲେଶ୍ୱର ଜିଲ୍ଳାପାଳ, ନୀଳଗିରି ଉପଜିଲ୍ଳାପାଳ ଓ ନୀଳଗିରି ବିଧାୟକଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲେ ବି କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ରାସ୍ତାରୋକରେ ବସିଥିଲେ । ରାସ୍ତାରୋକ ସ୍ଥଳକୁ ନୀଳଗିରି ଉପଜିଲ୍ଲାପାଳ ହରିଶଚନ୍ଦ୍ର ଜେନା, ନୀଳଗିରି ଆଇ.ଆଇ.ସି. ପ୍ରଭଞ୍ଜନ ବେହେରା, ସହକାରୀ ସମବାୟ ସମୂହର ଉପନିବନ୍ଧକ ଲକ୍ଷ୍ମୀଧର ରାଉତ ପହଞ୍ଚô ·ଷୀଙ୍କ ସହ ଆଲୋଚନା କରି ଖୁବ୍ଶୀଘ୍ର ·ଷୀଙ୍କ ଧାନ କ୍ରୟ ହେବାର ପ୍ରତିଶୃତି ଦେବାପରେ ରାସ୍ତାରୋକ ଉଠିଥିଲା । ଏହି ରାସ୍ତାରୋକରେ ପୂର୍ବତନ ସଭାପତି ରାମଚନ୍ଦ୍ର ଦାସ, କିଷାନ କଂଗ୍ରେସର ସଭାପତି ଯୋଶଦାନନ୍ଦନ ସିଂହ, ଅମରେନ୍ଦ୍ର ଦାସମହାପାତ୍ର, ରାମଚନ୍ଦ୍ର ବାରିକ, ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆ·ର୍ଯ୍ୟ, ରାମଚନ୍ଦ୍ର ଦାସଙ୍କ ସମେତ ବହୁ ·ଷୀ ସାମିଲ ଥିଲୋ

Comments are closed.