Odisha news

ମାଟି ତଳେ ମହାଘଟାଲାର ଭିଜିଲାନ୍ସ ତଦନ୍ତ ଦାବି କଲେ ପୂର୍ବତନ ବିଧାୟକ

0

ନୀଳଗିରି : ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଓ ନୀଳଗିରି ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ ହୋଇଥିବା ଗ୍ରାମୀଣ ଜଳ ଜଗାଣ ପ୍ରକଳ୍ପ, ଉଚ୍ଚ କ୍ଷମତା ସମ୍ପନ୍ନ ପାଣିଟାଙ୍କି ନିର୍ମାଣ ପ୍ରକଳ୍ପ ଓ ହଜାର ହଜାର ଟ୍ୱିବ୍ୱେଲ୍ ଖନନ ବାବଦରେ ମହାଦୁର୍ନିତୀ ହୋଇଥିବା ବିଷୟ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଂଜନ ଷଡ଼ଙ୍ଗୀ ଭିଜିଲାନ୍ସ ଡ଼ିଜିଙ୍କ ନିକଟରେ ଅଭିଯୋଗ କରିବା ସହ ଘଟଣାର ତଦନ୍ତ ନିମନ୍ତେ ଦାବି କରିଛନ୍ତି ।

ଏବାବଦରେ ପୂର୍ବରୁ ଶ୍ରୀ ଷଡ଼ଙ୍ଗୀ ବହୁବାର ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ତଦନ୍ତ ନହେବା କ୍ଷୋଭ ଓ ପରିତାପର ବିଷୟ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି । ସମସ୍ତ ପ୍ରକଳ୍ପ ଗୁଡ଼ିକରେ ଅତି ନିମ୍ନମାନର ସରଞ୍ଜାମ ଲଗାଯାଇଥିବା ବେଳେ ମାଟିତଳେ ପୋତାଯାଇଥିବା ପାଇପ୍ କମ୍ ଡାଏମିଟର ଥିବାବେଳେ କ୍ୱାଲିଟି ମଧ୍ୟ ନିମ୍ନ ମାନର ରହିଥିବା ଅଭିଯୋଗ ହୋଇଛି ।

ଏହାଛଡ଼ା ମାଟିତଳେ ବିଛାଯାଇଥିବା ପାଇପ୍ ଯେତିକି ଗଭୀରରେ ପୋତାହେବା କଥା ତାହା କରାଯାଇ ନାହିଁ । ଏବାବଦରେ ଭିଜିଲାନ୍ସ ତଦନ୍ତ କଲେ ଯାହା ଖର୍ଚ୍ଚ ହେବ ଶ୍ରୀ ଷଡ଼ଙ୍ଗୀ ବହନ କରିବେ ବୋଲି ଲିଖିତଭାବେ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି ।

Leave A Reply