Odisha news

ନୀଳଗିରି ଥାନା ଆଇଆଇସିଙ୍କୁ କରୋନା

0

ନୀଳଗିରି : ନୀଳଗିରି ଥାନା ଆଇଆଇସି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି   । ଥାନା ଆଇଆଇସି ଗତ ତିନିଦିନ ଧରି ଅସୁସ୍ଥତା ଅନୁଭବ କରିବାରୁ ଗତକାଲି ସ୍ୱେଚ୍ଛାକୃତ ଭାବେ ଆଇଆଇସି ନିଜର ସ୍ୱାବ୍ ଟେଷ୍ଟ କରିଥିଲେ  । ଟେଷ୍ଟ ରିର୍ପୋଟରୁ ପଜିଟିଭ୍ ବାହାରିଥିଲା  ।  ତାଙ୍କ ସହିତ କାର୍ଯ୍ୟ କରୁଥିବା ସବ୍ଇନ୍ସପେକ୍ଟର  ବାସୁଦେବ ଜୟସିଂ ଓ ଅନ୍ୟ କେତେ ଜଣଙ୍କ ସ୍ୱାବ୍ ଟେଷ୍ଟ କରାଯାଇଥିଲେ ମଧ୍ୟ ନେଗେଟିଭ ଆସିଥିବା ଜଣାପଡ଼ିଛି  ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଇଆଇସିଙ୍କୁ ହୋମ୍ କ୍ୱାରେନ୍ଣ୍ଟାଇନ୍ରେ ରହିବାକୁ ନିଦେ୍ର୍ଦଶ ଦିଆଯାଇଛି  । ଏଥିସହ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନୀଳଗିରି ଥାନାକୁୂ ସେନିଟାଇଜ୍ କରାଯିବା ସହ ଆଇଆଇସିଙ୍କ ଚେମ୍ବରକୁ ସିଲ କରିଦିଆଯାଇଛି  । ଅନ୍ୟପକ୍ଷରେ ଆଇଆଇସିଙ୍କ ଆଶୁ ଆରୋଗ୍ୟ କାମନା କରି ରାଜ୍ୟ ସୋସିଆଲ୍ ମିଡ଼ିଆ କମିଟି ମେମ୍ବର ଆଦର୍ଶ ଗୌରବ ଦାସଙ୍କ ନେତୃତ୍ୱରେ ସୁରେନ୍ଦ୍ର ନାୟକ,ସତ୍ୟଜିତ୍ ପ୍ରଧାନ,ଯଶୋବନ୍ତ ରାଉତ,ରଣଜିତ୍ ପ୍ରଧାନ,ନିଗମ ମହାପାତ୍ର,ସୁଧାରଂଜନ ମହାପାତ୍ର,ବାସୁଦେବ ବେହେରା, ପ୍ରକାଶ ନାୟକ, ଚିକୁ ଚନ୍ଦନ, ତି୍ରଲୋଚନ ସାହୁ, ପର୍ଶୁରାମ ବାରିକ୍ ପ୍ରମୁଖ ନୀଳଗିରି ଯୁବ କଂଗ୍ରେସ ସଦସ୍ୟଙ୍କ ପକ୍ଷରୁ ଜଗନ୍ନାଥଙ୍କ ମନ୍ଦିରରେ ପୂଜାର୍ଚ୍ଛନା କରାଯାଇ ନୀଳଗିରି ଥାନା ଆଇଆଇସିଙ୍କ ଆଶୁଆରୋଗ୍ୟ କାମନା କରାଯାଇଛି  ।

Leave A Reply