Odisha news

କୁଆଖିଅ : ଗଣେଷ ପୂଜା ପାଳିତ

0

କୁଆଖିଅ : ଯାଜପୁର ଜିଲ୍ଲା ତଥା ରସୁଲପୁୁର ବ୍ଲକ ଅଂଚଳର ବିଭିନ୍ନ ସରକାରୀ ଓ ବେସରକାରୀ ଏବଂ ସ୍କୁଲ କଲେଜରେ ନିରାଡମ୍ବର ଭାବେ ସାମାଜିକ ଦୁରତାକୁ ରଖି ଗଣେଷ ପୂଜା ପାଳିତ ହୋଇଯାଇଛି । କୁଆଖିଆ ହାଇଟେକ ବିଞ୍ଜାନ ହାୟର ସେକେଣ୍ଡାରୀ ସ୍କୁଲରେ ଗଣେଷ ପୂଜା ପାଳିତ ହୋଇଯାଇଛି । ଏଥିରେ କଲେଜର ଅଧ୍ୟକ୍ଷ ଡଃ ଅଲେଖ ଚନ୍ଦ୍ର ନାୟକ ଉପାଧ୍ୟକ୍ଷ ସନ୍ଦିପ କୁମାର ବିଶ୍ୱାଳ,ପ୍ରଶାସନିକ ଅଧିକାରୀ ଚନ୍ଦ୍ର ଶେଖର ନାୟକ,ସନ୍ତୋଷ ନାୟକ ଓ ସମସ୍ତ  ଅନୁଷ୍ଟାନର କର୍ମଚାରୀ ସହଯୋଗ କରିଥିଲେ ।

ସେହିପରି ମଧୁବନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରିସରରେ ଗଣେଷ ପୂଜା ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ସେହିପରି ଜେନାପୁର ଡିଗ୍ରି କଲେଜ ପରିସରରେ ଆଜି ଗଣେଷ ପୂଜା  ଗ୍ରନ୍ଥାଗାରିକ ହରେକୃଷ୍ଣ ପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ରଥ,   ଅଧ୍ୟାପିକା ନନ୍ଦିତା ଦୋରା ,ବିରଜା ଶଙ୍କର ରାଉତ,  ଅଜୟ କୁମାର ମହାନ୍ତି,ସାଉଁଟି ଚରଣ ଦାସ,ସଂଜୟ ମହାନ୍ତି,ଆଶିଷ ଦାସ ,ସଂଜୟ ସ୍ୱାଇଁ  ପ୍ରମୁଖ ନିରାଡମ୍ବର ଭାବେ ସାମାଜିକ ଦୁରତା ରଖି ଗଣେଷ ପୂଜା ପାଳନ କରିଥରଲେ

IEC 2 years
Leave A Reply