ନୀଳଗିରି : ନୀଳଗିରି ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ନୀଳଗିରି ବ୍ଲକ ଆର୍କେପୁର ପଞ୍ଚାୟତର ରାଧାକିଶୋରପୁର ଗ୍ରାମ ଓ କାଂଶ ପଞ୍ଚାୟତର ସଂଗ୍ରାମପୁର ଗ୍ରାମରେ ଗତକାଲି କଣ୍ଟେନ୍ମେଣ୍ଟର ଅବଧି ସରିଥିବାବେଳେ ଆଜି ପୁଣି ଏହାକୁ ୭ଦିନ ପାଇଁ ବଢାଇ ଦିଆଯାଇଛି । ସେହିପରି ନୀଳଗିରି ଉପଖଣ୍ଡ ଅଧିନ ଶ୍ୟାମସୁନ୍ଦର ପୁର ପଞ୍ଚାୟତର ଅସ୍ତିଆ, କୁଳିଗଡ଼ି, ଦ୍ୱାରିକା ଓ କାଣ୍ଡଗରଡ଼ି ପଞ୍ଚାୟତର କାହ୍ନୁପୁର ଗାଁକୁ ଗତ ବୁଧବାର ରାତି ୧୨ଟା ଠାରୁ ୧୯ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ୭ଦିନ ପାଇଁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।
ଗାଁ ପ୍ରବେଶ ପଥକୁ ସିଲ୍ କରାଯିବା ସହ ସମଗ୍ର ଅଞ୍ଚଳକୁ ନୀଳଗିରି ଅଗ୍ନିଶମ ବିଭାଗ ଦ୍ୱାରା ସେନିଟାଇଜ୍ କରାଯାଇଛି । ନୀଳଗିରି ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନାଙ୍କ ସମେତ ତହସିଲଦାର ଅଶେଷ କୁମାର ନାୟକ, ଆଇଆଇସି ମିନତୀ ବିଶ୍ୱାଳ, ଅଗ୍ନିଶମ ଅଧିକାରୀ ବିଷ୍ଣୁ ପ୍ରସାଦ ଦାସ, ବିଡ଼ିଓ,ମେଡ଼ିକାଲ ଅଫିସର ପ୍ରମୁଖ କଣ୍ଟେନ୍ମେଣ୍ଟ ଅଞ୍ଚଳ ପରିଦର୍ଶନ କରିବା ସହ କରୋନା ଟେଷ୍ଟ କରାଯିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଉଛି ବୋଲି ନୀଳଗିରି ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା ସୂଚନା ଦେଇଛନ୍ତି ।
