Odisha news

ପାରିବାରକ କଳହର କରୁଣ ପରିଣତି ; ଘରବାଡି ବିବାଦକୁ ହଣାକଟା ,୧ ମୃତ ,୫ ଗୁରୁତର , ୩ ଜଣ ଥାନାରେ ଅଟକ

0

ମାର୍ଶାଘାଇ : ମାର୍ଶାଘାଇ ବ୍ଲକ ତଥା ପାଟକୁରା ଆନା ଅନ୍ତର୍ଗତ ଶାସନୀପଡା ଗ୍ରାମରେ ପାରିବାରିକ କଳହକୁ ନେଇ ଗଢି ଉଠିଥିବା ପୁଞ୍ଜିଭୂତ ଅସନ୍ତୋଷ ଗୁରୁବାର ଉଗ୍ର ରୂପ ଧାରଣ କରିଛି । ଘରବାଡି ବିବାଦ ଯୋଗୁ ଜଣଙ୍କର ଜୀବନ ଯାଇଥିବା ବେଳେ ୫ ଜଣ ଗୁରୁତର ଭାବେ ଚିକିତ୍ସିତ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ପାଟକୁରା ଥାନା ଶାସନୀପଡା ଗ୍ରାମର ସ୍ୱର୍ଗତ ମଧୁଧୂଦନ ବେହେରାଙ୍କ ୪ ପୁଅଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜମିବାଡିକୁ ନେଇ ବିବାଦ ରହିଥିଲା ।

୪ ପୁଅଙ୍କ ମଧ୍ୟରେ ହାଡିବନ୍ଧୁ ବେହେରା , ବିପିନ ବିହାରି ବେହରା ଓ ସ୍ୱର୍ଗତ ରମେଶ ବେହେରାଙ୍କ ପରିବାର ରହିଥିବା ବେଳେ ବିପକ୍ଷ ପଟରେ ବ୍ରଜ କିଶୋର ବେହେରା ମଧ୍ୟରେ ବିବାଦ ରହିଥିଲା । ଅତିତରେ ଧରି ସେମାନଙ୍କ ମଧ୍ୟରେ ମାଡପିଟ୍ ଓ ଗଣ୍ଡଗୋଳ ହୋଇ ମାମଲା ଥାନା ଓ କୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ତେବେ ଗୁରୁବାର ସକାଳ ସମୟରେ କୋଣସି ଏକ କାରଣକୁ ନେଇ ଉଭୟ ପରିବାର ମଧ୍ୟରେ ଝଟଡା ଝାଟି ,ଗାଲି ଗୁଲଜ ମାଡପିଟ ଓ ହାଣକଟା ହୋଇଥିଲେ । ଏଥିରେ ବ୍ରଜ କିଶୋର ବେହେରା , ତାଙ୍କ ପତ୍ନୀ ମମତା ବେହେରା , ଝିଅ ଶଶୀ ବେହେରା , ପୁଅ ରବିନ୍ଦ୍ର ବେହେରା, ମନୋରଂଜନ ବେହେରା , ପଡୋଶି ପ୍ରଶାନ୍ତ କୁମାର ବେହେରା ଅପର ପକ୍ଷ ତରଫରୁ ବିପିନ ବିହାରି ବେହେରା ଆହତ ହୋଇଥିବା ।

ହଣାକଟାରେ ବଜ୍ର ବେହେରାଙ୍କୁ ୧୦୮ ଆମ୍ବଲାନ୍ସ ଯୋଗେ କେନ୍ଦ୍ରାପଡା ଚିକିତ୍ସା ପାଇଁ ନିଆ ଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତୁ୍ୟ ଘଟିଥିଲା । ପରେ ପରେ ଅନ୍ୟ ଗୁରୁତର ଆହତ ମାନଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଛି । ସେଠାରେ ଶଶୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମଧ୍ୟ କଟକ ଚିକିତ୍ସା ପାଇଁ ପଠା ଯାଇଛି ।

ଖବର ପାଇ କେନ୍୍ରାପଡା ଏସଡିପିଓ ରାଜିବ ଲୋଚନ ପଣ୍ଡା , ପାଟକୁରା ଥାନା ଅଧିକାରି ସୁଜିତ ପ୍ରଧାନ , ଏସଆଇ ଜ୍ୟୋତି ରଂଜନ ମାହାନ୍ତି ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚô ଘଟଣାର ତଦନ୍ତ ଆରମ୍ଭ କରିଛି ଘଟଣାସ୍ଥଳରୁ ଏକ ଲୁହା ଶାବଳ ଓ ଏକ କାଠ ବାଡି ଜବତ କରିଛି । ମୃତକ ବ୍ରଜଙ୍କ ବୋହୁ ସୁନିତା ପରିଡା ପାଟକୁରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏନେଇ ପାଟକୁରା ଥାନା କେଶ ନମ୍ବର ୧୮୨ /୨୦୨୦ ଏକ ମାମଲା ରୁଜ ହୋଇ ଥିବା ବେଳେ ଥାନାରେ ୩ ଜଣଙ୍କୁ ଅଟକ ରଖାଯାଇଥିବା ତଦନ୍ତକାରୀ ଅଧିକାରୀ ସୁଜିତ୍ ପ୍ରଧାନ ପ୍ରକାଶ କରିଛନ୍ତି । ବେଳେ ଅପର ପକ୍ଷ ତରଫରୁ ବିପିନ ବିହାରି ବେହେରା ଆହତ ହୋଇଥିବା ବେଳେ ତାଙ୍କ ପକ୍ଷରୁ ମଧ୍ୟ ଥାନାରେ ଅଭିଯୋଗ କରାଯାଇଥିବା ତଦନ୍ତକାରୀ ଅଧିକାରୀ ସୁଜିତ୍ ପ୍ରଧାନ ପ୍ରକାଶ କରିଛନ୍ତି ।

Nalco
Leave A Reply