Odisha news

ପୁନ୍ଦାଳ ଅଞ୍ଚଳରେ ଅବକାରୀ ଚଢଉ

0

ନୀଳଗିରି : ନୀଳଗିରି ଥାନା ପୁନ୍ଦାଳ ଅଞ୍ଚଳରେ ଚୋରା ମଦ କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହି ଚୋରା ମଦ ବିକ୍ରେତା ମାନଙ୍କୁ ଧରିବା ନିମନ୍ତେ ଅବକାରୀ ବିଭାଗ କର୍ମଚାରୀମାନଙ୍କୁ ନାକେଦମ ହେବାକୁ ପଡ଼ୁଛି । ନୀଳଗିରି ଅବକାରୀ ଇନ୍ସପେକ୍ଟର ଗାଲୁରାମ ସରେନ୍ , ଅବକାରୀ ବିଭାଗ ଡ଼େପୁଟି ଅଧିକ୍ଷକ ଏସ୍କେ ଅସଫ ଅଲ୍ଲୀ, ଇନ୍ସପେକ୍ଟର ପ୍ରବୀଣ ପ୍ରଧାନ,ନୀଳଗିରି ତହସିଲଦାର ଅଶେଷ କୁମାର ନାୟକଙ୍କ ସମେତ ଅବକାରୀ ବିଭାଗ କର୍ମଚାରୀମାନେ ପୁନ୍ଦାଳ ଅଞ୍ଚଳ ଉପରେ ଚଢଉ କରି ବିପୁଳ ପରିମାଣ ଦେଶୀମଦ ଜବଦ କରିବା ସହ ୧୨,୧୦୦ ଲିଟର ପଚ ଜବଦ କରି ନଷ୍ଟ କରିଦେଇଛନ୍ତି । ଏହାଛଡ଼ା ସେଠାରୁ ୩୩୦ ଲିଟର ଦେଶୀମଦ ଜବଦ କରାଯାଇଛି

Nalco
Leave A Reply