ନୀଳଗିରି-୧୦/୦୩ : ନୀଳଗିରି ଏକ ଆଦିବାସୀ ବହୁଳ ଅଂଚଳ ହୋଇଥିଲା ବେଳେ ନୀଳଗିରିକୁ ଏକ ଜିଲ୍ଲା ଦାବିରେ ନୀଳଗିରିର ପୂର୍ବତନ ବିଧାୟକ ତଥା ନୀଳଗିରି ପ୍ରଜାମଣ୍ଡଳ ସ୍ମୃତି ସୁରକ୍ଷା କମିଟିର ସଭାପତି ଚିତ୍ତରଂଜନ ଷଡ଼ଙ୍ଗୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗତ ଫେବୃଆରୀ ମାସରେ ଚିଠି ଲେଖିଥିଲେ । ନୀଳଗିରିକୁ ଜିଲ୍ଲା ଦାବିରେ ଆଜି ନୀଳଗିରି ଡାକବଙ୍ଗଳା ପରିସରରେ ବିଭିନ୍ନ ବର୍ଗର ଲୋକମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ରରେ ନୀଳଗିରିକୁ ଜିଲ୍ଲା ଘୋଷଣା ଦାବି ପାଇଁ ଉପସ୍ଥିତ ବ୍ୟକ୍ତିମାନେ ମତାମତ ରଖିଥିଲେ । ଏହି ଆଲୋଚନାରେ ଶ୍ରୀ ଷଡ଼ଙ୍ଗୀ ସଭାପତିତ୍ୱ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବର୍ଷିୟାନ କମୁ୍ୟନିଷ୍ଟ ନେତା କୈଳାସ ପଣ୍ଡା, ଶ୍ୟାମସୁନ୍ଦରପୁର ସରପଂଚ ପୁରସ୍ତମ ସେଠୀ, ଆଇନଜୀବୀ ଗଦାଧର ପରିଡ଼ା, କିଶୋର ଦାସ, ଗୌରହରି ବେହେରା, ନିହାର ପରିଡ଼ା, ସମାଜସେବୀ ଚନ୍ଦନ କୁମାର ରାଉତ, ପ୍ରଶାନ୍ତ ବିଶ୍ୱାଳ, ନାରୀନେତ୍ରୀ ରେଖା ମଞ୍ଜରୀ ଦେବୀ, ଅନାଦି ଜେନା, ଗୋବିନ୍ଦ ଦାସ, ସିଦ୍ଧାର୍ଥ ସେଠୀ ପ୍ରମୁଖ ବହୁ ବ୍ୟକ୍ତି ନିଜ ନିଜର ମତବ୍ୟକ୍ତ ରଖିଥିଲେ ।
