ଗ୍ରୀଷ୍ମ ଋତୁ ଆସି ଗଲାଣି । ଦିନକୁ ଦିନ ଖରାର ପ୍ରକୋପ ବୃଦ୍ଧି ହେବାରେ ଲାଗିଛି । ଏହି ଋତୁରେ ଅନେକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖା ଯାଇଥାଏ। ଯେପରିକି ଗ୍ୟାସ୍, ଏସିଡିଟି , ଅଂସୁ ଘାତ , ପେଟ ସମସ୍ୟା ଇତ୍ୟାଦି । କିନ୍ତୁ ଗ୍ରୀଷ୍ମ ଋତୁରେ ଏହିସବୁ ସମସ୍ୟା ପାଇଁ ଥଣ୍ଡା ପାନୀୟ ବଦଳରେ ଥଣ୍ଡା ଦୁଗ୍ଧ ଗୋଟିଏ ଭଲ ବିକଳ୍ପ ଅଟେ । ତେବେ ଆସନ୍ତୁ ଜାଣିବା ଗରମ ଦିନରେ ଥଣ୍ଡା ଦୁଗ୍ଧ ପିଇବାର ଲାଭ ବିଷୟରେ ।
୧) ଆମେ ପ୍ରାୟ ଥଣ୍ଡା ଦୁଗ୍ଧ ବଦଳରେ ଗରମ୍ ଦୁଗ୍ଧ ସେବନ କରିବାକୁ ପସନ୍ଦ କରିଥାଉ । କିନ୍ତୁ ଗରମ୍ ଦୁଗ୍ଧ ବଦଳରେ ଥଣ୍ଡା ଦୁଗ୍ଧ ସେବନ କରିବା ଶରୀର ପକ୍ଷରେ ଅଧିକ ହିତକର । ଥଣ୍ଡା ଦୁଗ୍ଧ ସେବନ କରିବା ଦ୍ୱାରା ପାଚନ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦୂର ହୋଇଥାଏ ଓ ପେଟ କୁ ଥଣ୍ଡା ରଖିଥାଏ । କାହିଁକି ନା ଗ୍ରୀଷ୍ମ ଋତୁରେ ଅଧିକ ପାଚନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ । ତା ସହିତ ଗ୍ୟାସ୍ ଏସିଡିଟି ସମସ୍ୟା ମଧ୍ୟ ଦୁର ହୋଇଥାଏ ।
୨) ଆମେ ସାଧାରଣ ଭାବରେ ନିୟମିତ ଆଣ୍ଠୁ ଗଣ୍ଠି ସମ୍ବନ୍ଧୀୟ ସମସ୍ୟା ରେ ପୀଡ଼ିତ ହୋଇଥାଏ । ତେଣୁ ଗବେଷଣା କହୁଛି ଯେ ଥଣ୍ଡା ଦୁଗ୍ଧ ଆଣ୍ଠୁ ଗଣ୍ଠି ଜନିତ ବିଭିନ୍ନ ସମସ୍ୟା ଦୂର କରିଥାଏ ।
୩) ଗରମ ଦିନରେ ଅତ୍ୟଧିକ ଝାଳ ବାହାରିବା ଦ୍ଵାରା ଡି ହାଇଡ୍ରେଶନ ସମସ୍ୟା ଦେଖା ଦେଇଥାଏ । ତେଣୁ ଗରମ ଦିନରେ ସକାଳ ଜଳଖିଆ ସମୟରେ ଥଣ୍ଡା ଦୁଗ୍ଧ ସେବନ ଦ୍ଵାରା ଡି ହାଇଡ୍ରେଶନ ସମସ୍ୟା ଦୂର କରିଥାଏ ।
୪) ମଧୁମେହ ରୋଗୀ ମଧ୍ୟ ଗରମ ପ୍ରଭାବରୁ ଅନେକ ଅସୁବିଧାର ସମ୍ମୁଖିନ ହୋଇ ଥାଆନ୍ତି । ତେଣୁ ମଧୁମେହ ରୋଗୀ ଙ୍କ ପାଇଁ ଥଣ୍ଡା ଦୁଗ୍ଧ ଖୁବ୍ ହିତକର ଓ ଶରୀରରେ ଶର୍କରା ସ୍ତର କୁ ନିୟନ୍ତ୍ରିତ କରିଥାଏ ।
୫) ତ୍ଵଚା ଓ କେଶ୍ ପାଇଁ ଥଣ୍ଡା ଦୁଗ୍ଧ ଖୁବ୍ ହିତକର । ଯଦି ଆପଣ ନିୟମିତ ଗରମ ଦିନରେ ଥଣ୍ଡା ଦୁଗ୍ଧ ସେବନ କରିବେ ତ୍ୱଚା ରେ ଚମକ୍ ଆସିଥାଏ ଓ କେଶ ଝଡ଼ିବା ସମସ୍ୟା ଦୂର ହୋଇଥାଏ ।
୬) ହାଡ କୁ ମଜବୁତ୍ କରିବା ପାଇଁ ନିହାତି ଥଣ୍ଡା ଦୁଗ୍ଧ ସେବନ କରିବା ଉଚିତ୍ । ଏହା ମସଲ୍ସ୍ କୁ ମଜବୁତ୍ କରିଥାଏ ଓ ଶରୀରକୁ ଠିକ୍ ଭାବରେ ଗଢିବାରେ ସାହାଯ୍ୟ କରିଥାଏ ।
