Odisha news

ମିଳିତ ନିଶା ନିବାରଣ ଅଭିଯାନର ୬ଷ୍ଠ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

0

ବାଲେଶ୍ୱର-୧୦/୦୩ : ମିଳିତ ନିଶା ନିବାରଣ ଅଭିଯାନର ୬ଷ୍ଠ ବାର୍ଷିକ ସମ୍ମିଳନୀ ଆସନ୍ତା ଏପି୍ରଲ୍ ୯ ତାରିଖ ରବିବାର ଦିନ ବାଲେଶ୍ୱର ସହରରେ ଅନୁଷ୍ଠିତ ହେବ । ସଂଗଠନର ସଭାପତି ତଥା ବରିଷ୍ଠ ଆଇନଜୀବୀ ପ୍ରଭାକର ସାହୁଙ୍କ ଅଧ୍ୟକ୍ଷତାରେ ଶୁକ୍ରବାରଦିନ ଅପରାହ୍ନରେ ଅନୁଷ୍ଠିତ ବୈଠକରେ ସମ୍ମିଳନୀର ସଫଳତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗୃହୀତ ହୋଇଛି । ପ୍ରତିବର୍ଷଭଳି ଚଳିତବର୍ଷ ସମ୍ମିଳନୀ ଅବସରରେ ଅନୁଷ୍ଠାନର ମୁଖପତ୍ର ପ୍ରକାଶିତ ହେବ । ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ନିଶା ବିରୁଦ୍ଧରେ ଆନେ୍ଦାଳନ ଚଳାଇଥିବା ମହିଳା ସଂଗଠନମାନଙ୍କୁ ମାନପତ୍ର ସହ ସଂବର୍ଦ୍ଧିତ କରାଯିବ । ସାଧାରଣ ସଂପାଦିକା ମମତା ମହାପାତ୍ର ଗତ ବୈଠକର ବିବରଣୀ ପାଠ କରିବା ପରେ ତାହା ଗୃହୀତ ହୋଇଥିଲା । ବିଭିନ୍ନ ଗଣମାଧ୍ୟମରେ ଗୁଟୁକା କମ୍ପାନୀର ବ୍ୟାପକ ପ୍ରଚାରକୁ ବୈଠକରେ ଦୃଢ଼ବିରୋଧ କରାଯାଇଛି । ଗୁଟୁକା ସେବନ ମୁଖ କ୍ୟାନ୍ସରର ଏକ ପ୍ରମୁଖ କାରଣ ଭାବେ ବିଶେଷଜ୍ଞ ଡାକ୍ତରମାନେ କହୁଥିବାବେଳେ ରାଜ୍ୟ ସରକାର ଏଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ନିଶା ଓ ଅପରାଧ ନିୟନ୍ତ୍ରଣରେ ବାଲେଶ୍ୱରର ନୂତନ ଆରକ୍ଷୀ ଅଧ୍ୟକ୍ଷିକାଙ୍କ କାର୍ଯ୍ୟକୁ ସ୍ୱାଗତ କରାଯାଇଛି । ବେଆଇନ୍ ନିଶା କାରବାରକୁ ରୋକିବା ପାଇଁ ଅବକାରୀ ଓ ପୋଲିସ୍ ବିଭାଗ ଅଧିକ ତତ୍ପରତା ପ୍ରଦର୍ଶନ ପାଇଁ ବୈଠକରେ ଅନୁରୋଧ କରାଯାଇଛି । ସମ୍ମିଳନୀର ସଫଳତା ପାଇଁ ବୈଠକରେ ସମସ୍ତଙ୍କ ସହଯୋଗ କାମନା କରାଯାଇଛି ।ଏହି ବୈଠକରେ ଉପଦେଷ୍ଟା ସୁବ୍ରତ କର, ଡଃ. କ୍ଷିତିଶ୍ୱର ଦାଶଙ୍କ ସମେତ ଗୌରାଙ୍ଗ ପାଣିଗ୍ରାହୀ, ଗୀତାଞ୍ଜଳି ସିଂହ, କଲ୍ୟାଣୀ ନନ୍ଦ, ଅର୍ଚ୍ଚନା ନନ୍ଦୀ, ବେଣୁଧର ସାହୁ, ପୂର୍ଣ୍ଣଚନ୍ଦ୍ର ବେହେରା, ସନାତନ ଦାସ, ଅବନ୍ତୀ ପ୍ରଧାନ, ନିରଞ୍ଜନ ରାଉତ, ଯୋଗେଶ ଚନ୍ଦ୍ର ପ୍ରଧାନ, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ଅକ୍ଷୟ କୁମାର ତି୍ରପାଠୀ, କି୍ରଷ୍ଣା ସାହା, ସ୍ନେହଲତା ପତି, ସ୍ମୃତି ଦାସ, ପ୍ରସନ୍ନ କୁମାର ପାଢ଼ୀ ଓ ବସନ୍ତ ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସୀତାରାମ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Nalco
Leave A Reply