ସିମୁଳିଆ-୧୦/୦୩ : ସିମୁଳିଆ ବ୍ଲକରେ ଥିବା ୯ଟି ପରୀକ୍ଷା କେନ୍ଦ୍ରରେ ଚଳିତ ବର୍ଷ ୧୫୮୪ଜଣ ମାଟ୍ରିକ ପରୀକ୍ଷାର୍ଥôଙ୍କ ମଧ୍ୟରୁ ୪୧ଜଣ ଅନୁପସ୍ଥିତ ଥିବାର ଜଣାଯାଇଛିା ବିବରଣୀରୁ ପ୍ରକାଶ ଯେ ଚଳିତ ବର୍ଷ ସିମୁଳିଆ ବ୍ଲକରେ ମୋଟ ୯ଟି ପରୀକ୍ଷା କେନ୍ଦ୍ରରେ ୧୫୪୩ଜଣ ପରୀକ୍ଷାର୍ଥô ପରୀକ୍ଷା ଦେଇଥିଲେ । ଏଥି ମଧ୍ୟରୁ ନୋଡାଲ ସେଣ୍ଟର ରଘୁନାରାୟଣ ହାଇସ୍କୁଲ ମାର୍କୋଣାରେ ୨୪୭ଜଣ ପରୀକ୍ଷାର୍ଥô ପରୀକ୍ଷା ଦେଉଥିବାବେଳେ ଦାମୋଦର ଜାମ୍ମୁଝାଡିରେ ୧୪୫ଜଣ,ଭାରତ ସେବାନିଧି ମଇତାପୁରରେ ୨୩୪ଜଣ,କ୍ଷୀରକୋଣା ହାଇସ୍କୁଲରେ ୧୯୧ଜଣ,ବରିରେ ୧୫୦ଜଣ,ବାଲିଖଣ୍ଡରେ ୧୮୬ଜଣ,ଦଶଭୂଜା ହାଇସ୍କଲ କହ୍ନେଇବିନ୍ଧାରେ ୧୨୯ଜଣ,କେକେ ହାଇସ୍କୁଲ ରାମକୃଷ୍ଣପୁର ହାଇସ୍କୁଲ ୧୧୨ଜଣ ଏବଂ ମହମ୍ମଦପୁର ହାଇସ୍କୁଲ କେନ୍ଦ୍ରରେ ୧୮୭ଜଣ ପରୀକ୍ଷାର୍ଥô ପରୀକ୍ଷା ଦେବା ନିମନ୍ତେ ଧାର୍ଯ୍ୟ କରାଯାଇଥିବା ବେଳେ ମାର୍କୋଣା କେନ୍ଦ୍ରର ୮ଜଣ,ଜାମ୍ମୁଝାଡି ଦାମୋଦର ହାଇସ୍କଲରେ ୨ଜଣ,ବରି ହାଇସ୍କୁଲ କେନ୍ଦ୍ରର ୪ଜଣ,ଭାରତ ସେବାନିଧି ମଇତାପୁର କେନ୍ଦ୍ରର ୧୩ଜଣ,ବାଲିଖଣ୍ଡ କେନ୍ଦ୍ରର ୨ଜଣ,ରାମକୃଷ୍ଣପୁର କେନ୍ଦ୍ରର ୫ଜଣ,ମହମ୍ମଦପୁର କେନ୍ଦ୍ରର ୪ଜଣ ମୋଟ ୪୧ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବାବେଳେ କହ୍ନେଇବିନ୍ଧା ଦଶଭୂଜା କେନ୍ଦ୍ର ସମସ୍ତ ପରୀକ୍ଷାର୍ଥୀ ଉପସ୍ଥିତ ଥିବାର ଜଣାଯାଇଛି । ଚଳିତ ବର୍ଷ ପ୍ରଥମ ଦିନରେ ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ଅନୁଷ୍ଠିତ ହୋଇଯାଇଥିବାର ଜଣାଯାଇଛି ।
