ଜିକେ ଭଟ୍ଟର ଡାକ୍ତରଖାନାର ଜରୁରୀ ବୈଠକ ଜଳ ନିଷ୍କାସନ ଓ ପରିଛନ୍ନତା ପ୍ରତି ଗୁରୁତ୍ୱ : ଏସ୍ଏଚ୍ଜି ରୋଗୀଙ୍କୁ ଯୋଗାଇବେ ଖାଦ୍ୟ
ଜଳେଶ୍ୱର-୧୦/୦୩ : ଜଳେଶ୍ୱରସ୍ଥିତ ଜିକେଭଟ୍ଟର ଡାକ୍ତରଖାନାର ଆର୍କେଏସ୍ ଓ ରୋଗୀଙ୍କୁ ଖାଦ୍ୟ ଯୋଗାଣ ବୈଠକର ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ବିଧାୟକ ତଥା ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଅଧ୍ୟକ୍ଷତା କରିଥିଲେ । ବର୍ଷାରେ ଡାକ୍ତରଖାନା ବାହାରେ ଥିବା ନର୍ଦ୍ଦମା ପାଣି ଚିକିସôାଳୟ ପରିସରକୁ ପଶିଯାଉଥିବାରୁ ଉଦ୍ବେଗ ପ୍ରକାଶ ପାଇଥିଲା । ଏଥିଲାଗି ଶ୍ରୀ ପାତ୍ର ଉପସ୍ଥିତ ଜିଲ୍ଲା ପ୍ରକଳ୍ପ ଅଧିକାରୀ, ବାଲେଶ୍ୱର ଅତିରିକ୍ତ ଜିଲାପାଳ, ପୂର୍ତ୍ତବିଭାଗ ମୁଖ୍ୟଯନ୍ତ୍ରୀଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ । ଏକ ଟିମ୍ ପରିଦର୍ଶନ କଲାପରେ ସମସ୍ୟାର ସମାଧାନ ହେବାର ଶ୍ରୀ ପାତ୍ର ସୂଚନା ଦେଇଥିଲେ । ଏଣିକି ଡାକ୍ତରଖାନାରେ ଅର୍ନ୍ତବିଭାଗ ରୋଗୀଙ୍କୁ ଖାଦ୍ୟ ଯୋଗାଇବାଲାଗି ନିଲାମ ପ୍ରସ୍ତାବ ଥିବା ବେଳେ ଏଣିକି ସ୍ୱୟଂ ସହାୟକ ଗୋଷ୍ଠୀ ଯୋଗାଇବେ ବୋଲି ଡିପିଏମ୍ ଅନିଲ କୁମାର ମହାନ୍ତି କହିଛନ୍ତି । ଏଠାରେ ୫ଜଣ ଡାକ୍ତର କାର୍ଯ୍ୟରତ ଥିବାରୁ ଅଳଚାବସ୍ଥା ସୃଷ୍ଟାହେବା, ନର୍ସଙ୍କୁ କ୍ୱାଟର ମିଳିନଥିବା, ବିଦ୍ୟୁତର ସରଳିକରଣ ହେବା, ମାତୃ ଓ ଶିଶୁ ମଙ୍ଗଳ କୋଠାର ଯତ୍ନ ନେବା ଏବଂ ମିଳିଥିବା ଅର୍ଥରେ ଏକ ନୂତନ ଗୃହ ନିର୍ମାଣ ହେବା ସଂପର୍କରେ ଆଲୋଚନା ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡା. ଦିଲ୍ଲୀପ କୁମାର ପାତ୍ର, ବିନୋଦ ବିହାରୀ ପ୍ରଧାନ, ତହସିଲଦାର ମିହିର ରଂଜନ ବେହେରା, ପୌରାଧ୍ୟକ୍ଷ ପ୍ରତୀପ ପ୍ରଧାନ, ପୌରଅଧିକାରୀ ଅଜୟ ମହାପାତ୍ର, ପୁଷ୍ପପ୍ରିୟା କାମିଳା, ଅଶୋକ ପାତ୍ର, ଆଶୁତୋଷ ପାଣିଗ୍ରାହୀ, ସୁରଜିତ ଘୋଷ, ଡ. ରମାକାନ୍ତ ଭଂଜ, ଅବନୀ ଚାନ୍ଦ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ଭୁବନେଶ୍ୱରର ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ଦେ ଫୁସ୍ଫୁସ୍ ରୋଗର ଚିକିସôା ଲାଗି ୨୦ଲକ୍ଷ ଟଙ୍କା ଦାନ କରିବେ ବୋଲି ବୈଠକରେ ଆଲୋଚନା ହୋଇଥିଲା ।
