୮୮ବର୍ଷ ପୁରୁଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ଗୃହ ଲୋକାର୍ପିତ : ଉଦ୍ଘାଟନ ପୂର୍ବରୁ କାନ୍ଥ ଫାଟିଲା , ଆଖିଥାଇ ସାଂସଦ ଓ ମନ୍ତ୍ରୀ ହେଲେ ଅନ୍ଧ
ଜଳେଶ୍ୱର-୧୦/୦୩ : ଜଳେଶ୍ୱର ପୌରାଞ୍ଚଳର ବଡବଜାରରେ ଅବସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ଡିସ୍ପେନ୍ସରୀ)ର ନୂତନ ଗୃହ ଲୋକାର୍ପିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଭାଷା ସାହିତ୍ୟ ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଓ ବାଲେଶ୍ୱର ସାଂସଦ ପ୍ରତାପଚନ୍ଦ୍ର ଷଡଙ୍ଗୀ ମିଳିତଭାବେ ଉଦ୍ଘାଟନ କରିଛନ୍ତି । ଏହି ଗୃହ ନିର୍ମାଣରେ ଏନ୍ଆର୍ଏଚ୍ଏମ୍ ପକ୍ଷରୁ ୪୯,୪୮,୬୦୦ଟଙ୍କା ବ୍ୟାୟ କରାଯାଇଛି । ଏହି ଚିକିସôା କେନ୍ଦ୍ରରର ପାଚେରୀ ଓ ଫାଟକ ନିର୍ମାଣ, ରୋଗୀ ଓ ତାଙ୍କ ସଂପର୍କୀୟଙ୍କ ଲାଗି ପ୍ରତିକ୍ଷାଳୟ, ଶୌଚାଳୟର ଆବଶ୍ୟକତା ସଂପର୍କରେ ଆଲୋଚନା ହୋଇଛି । ଚିକିସôା କେନ୍ଦ୍ରର ନିଜସ୍ୱ ଜାଗାର ଚିହ୍ନଟ ଲାଗି ତହସିଲଦାର ଓ ଜିଲାପାଳଙ୍କ ହସ୍ତକ୍ଷେପ ଲୋଡିବା, ସାଂସଦପାଣ୍ଠିରୁ ହାଇମାକ୍ସ ଲାଇଟ ଲଗାଇବା ସଂପର୍କରେ ଆଲୋଚନା ହୋଇଛି ।
ଅନ୍ୟମାନଙ୍କ ମଧ୍ୟରେ ପୌରପାଳ ପ୍ରତୀପ କୁମାର ପ୍ରଧାନ, ପୌର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଅନୁସୂୟା ପ୍ରଧାନ, ବିଡିଓ ପୁନମ ରାଉତ, ବ୍ଲକ ଅଧ୍ୟକ୍ଷ ମାନସ ଜେନା, ପୌର ଉପାଧ୍ୟକ୍ଷ ପୁଷ୍ପପି୍ରୟା କାମିଳା, ବ୍ଲକ ଉପାଧ୍ୟକ୍ଷା ସଂଚିତା ସେନାପତି, ଦୁର୍ଜୟ ପାଣିଗ୍ରାହୀ, ପ୍ରବୀର ପ୍ରଧାନ, ଅର୍ଚ୍ଚନା ଗିରି, ଶାନ୍ତନୁ ପଟ୍ଟନାୟକ, ଚନ୍ଦନ ଦାସ, ଅରୁଣ ବେଜ, ସମୀର ପାତ୍ର, ଫାଲଗୁନୀ ପାଣିଗ୍ରାହୀ, ଆଦିତ୍ୟ ନାରାୟଣ ପାତ୍ର, ଡ. ପ୍ରଭାସ ଚନ୍ଦ୍ର ନାୟକ, ଡ. ମୋହନଲାଲ ମହାନ୍ତି, ଫକୀର ଚରଣ ପ୍ରଧାନ, ଶଚିନ୍ଦ୍ର ନାଥ ପାଢୀ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ସୂଚନାଯୋଗ୍ୟ ଲୋକାର୍ପିତ ହୋଇଥିବା ସ୍ୱାସ୍ଥ୍ୟକେନ୍ଦ୍ରର କାନ୍ଥ ଫାଟିଯାଇଥିବା, ରଂଗ ଓ ପ୍ଳାଷ୍ଟର ଖସିଥିବା, ଚଟାଣ ଫାଟି ଆଁ ହୋଇଥିଲେ ମଧ୍ୟ ଜନପ୍ରତିନିଧି କିମ୍ବା ଯନ୍ତ୍ରୀ ମାନଙ୍କ ଆଖିକୁ କିପରି ଦେଖାଯାଉନଥିଲା ବୋଲି ଉପସ୍ଥିତ ବହୁ ଜନସାଧାରଣଙ୍କ ମଧ୍ୟରେ ମୃଦୁ ଗୁଞ୍ଜରଣ ସୃଷ୍ଟି ହୋଇଥିଲା । ସାମ୍ବାଦିକ ମାନେ ଜନୈକ ଅଧିକାରୀଙ୍କ ଦୃଷ୍ଟିକୁ ଆଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ମରାମତି କରାଯିବ ବୋଲି କହି ଏଡାଇ ଯାଇଥିଲେ । ତେବେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏଭଳି ନିମ୍ନମାନର କାର୍ଯ୍ୟକୁ ତଦନ୍ତ ହେବା ଆବଶ୍ୟକ ବୋଲି ଉପସ୍ଥିତ ବହୁ ଲୋକ ପ୍ରତିବାଦ କରିଛନ୍ତି ।
