ଜଳେଶ୍ୱର-୧୦/୦୩ : ଶ୍ରୀକୃଷ୍ଣ ଚୈତନ୍ୟ ମହାପ୍ରଭୁଙ୍କ ୫୩୭ ତମ ଜନ୍ମ ଦିବଦ ଉପଲକ୍ଷେ ଜଳେଶ୍ୱର ବ୍ଲକର ଧାନସିମୁଳିଆସ୍ଥିତ ନିତାଇ ଗୌର ମଠର ୫୯ତମ ବାର୍ଷିକ ଉସôବ ଓ ୩ ଦିନ ବ୍ୟାପି ପ୍ରବଚନ କାର୍ଯ୍ୟକ୍ରମ ମହାଆଡମ୍ବରରେ ଅନୁଷ୍ଠିତ ହୋଇ ଯାଇଛି । ଏକ ଆଧ୍ୟାତ୍ମକ ପରିବେଶରେ ମଠ ଅନ୍ତେବାସୀ ଓ ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ଅଖଣ୍ଡ ନାମ ସଂକୀର୍ତ୍ତନ ସହ ପ୍ରତିଦିନ ସଂଧ୍ୟାରେ ପ୍ରବଚନ ଓ ସାଂସ୍କୃତ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇ ଆସୁଛି । ରାଜ୍ୟର ବିଭିନ୍ନ ମଠ ମାନଙ୍କରୁ ବିଖ୍ୟାତ ପ୍ରବଚକ ଓ ମଠାଧିସ ମାନେ ଏଠାକୁ ଆସି ଶ୍ରଦ୍ଧାଳୁମାନଙ୍କୁ ଭକ୍ତିରସରେ ଆପ୍ୟାୟିତ କରିଛନ୍ତି । ଅନୁଷ୍ଠିତ ଏକ ସମୁହ ମହୋସôବରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିବା ବେଳେ ସଂଧ୍ୟାରେ ଆଖାପାଖ ସ୍କୁଲ ପିଲାମାନଙ୍କ ଦ୍ୱାରା ଭଜନ, ଗୀତ, ନୃତ୍ୟ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଆସୁଛି । ମଠରେ ଥିବା ଅନ୍ତେବାସୀମାନେ ପ୍ରାୟ ୯ଟି ମୌଜାର ବିଭିନ୍ନ ଶ୍ରଦ୍ଧାଳୁମାନଙ୍କଠାରୁ ଭିକ୍ଷାମୁଠୀ ସଂଗ୍ରହ କରି ଉକ୍ତ ଉସôବ ଆୟୋଜନ କରିଥିବା ବେଳେ କେତେକ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ମଠ ମଧ୍ୟରେ ଥିବା ମନ୍ଦିରର ନିର୍ମାଣ କରାଯାଇ ନିତାଇ ଗୌର, ଶ୍ରୀଚୈତନ୍ୟଦେବ ପୂଜାପାଇ ଆସୁଛନ୍ତି । ବୁଧବାର ସଂଧ୍ୟାରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ଶିକ୍ଷକ ଗୋବର୍ଦ୍ଧନ ପରିଡା ସଭାପତିତ୍ୱ କରି ଉପାନ୍ତରେ ଥିବା ମଠ ମାନଙ୍କୁ ପୁନଃରୁଦ୍ଧାର କରି ସରକାର ପ୍ରୋସôାହନ ଯୋଗାଇଲେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ହେବା ସହିତ ସାମାଜିକ ଜୀବନରେ ଆଧ୍ୟାତ୍ମିକ ଶୁଦ୍ଧତା ସୃଷ୍ଟି ହୋଇ ପାରିବ ବୋଲି କହିଥିଲେ । ମୁଖ୍ୟ ଅତିଥିଭାବେ ସମାଜସେବୀ ବଂଶୀଧର ସିଟ ଯୋଗ ଦେଇ ୧୫୧୦ ମସିହାରେ ଶ୍ରୀ ଚୈତନ୍ୟ ଦେବଙ୍କ ଜଳେଶ୍ୱରକୁ ଆଗମନ ଓ ରହଣି ଦ୍ୱାରା ଗୌଡୀୟ ଧର୍ମ ବହୁ ପରିମାଣରେ ଆଦୃତ ହୋଇଥିଲା ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ସରପଂଚ ପ୍ରତିନିଧି ଅରୁଣ ପରିଡା, ଶିବ ପ୍ରସାଦ ଦାସ, ଶ୍ରୀକାନ୍ତ ଦାସ, ରବିନାରାୟଣ ପାତ୍ର ପ୍ରମୁଖ ଯୋଗ ଦେଇ ଏ ଅଂଚଳର ବହୁ ପୁରାତନ ମଠର ଉନ୍ନତି ଲାଗି ସହାୟତାର ହାତ ବଢାଇବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ମଠର ସଂପାଦକ ସାଗର ଶତପଥି ମଂଚ ଆହ୍ୱାନ, ବିବରଣୀ ପାଠ ଓ ଉଦେ୍ଦଶ୍ୟ ଜ୍ଞାପନ କରିଥିଲେ । ଏଥିରେ ପଡୋଶୀ ପଶ୍ଚିମବଂଗ ଓ ଓଡିଶାର ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ
