ଦଶପଲ୍ଲା ୧୦/୩ : ଶୁକ୍ରୁବାର ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଦଶପଲ୍ଲା ବ୍ଲକ ର ୬ ଟି ପରୀକ୍ଷା କେନ୍ଦ୍ର ରେ ପରୀକ୍ଷା ଆରମ୍ଭ ହୋଇଛି । ଏହି ପରୀକ୍ଷା କେନ୍ଦ୍ର ମଧ୍ୟରୁ ଦଶପଲ୍ଲା ଉଚ୍ଚ ବିଦ୍ୟାଳୟ କୁ ନୋଡାଲ ସେଣ୍ଟର କରାଯାଇଛି । ଛାତ୍ର ଛାତ୍ରୀ ମାନେ ପରୀକ୍ଷା ଦେବାକୁ ଆସିଥିବା ବେଳେ କଳା ଜିନ ପ୍ୟାଣ୍ଟ ପାଇଁ ଜଣେ ଛାତ୍ର ମ୍ୟାଟ୍ରିକ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଘଟଣାରୁ ଜଣା ଯାଏ ଦଶପଲ୍ଲା ରାଧାମୋହନ ଜୀଉ ନୋଡାଲ ଉଚ୍ଚ ବିଦ୍ୟାଳୟ ର ଛାତ୍ର ପ୍ରଦୀପ ନାଏକ ପରୀକ୍ଷା ଦେବାପାଇଁ ଦଶପଲ୍ଲା ଉଚ୍ଚ ବିଦ୍ୟାଳୟ ଠାରେ ପହଞ୍ଚିଥିଲେ । ପରୀକ୍ଷା କେନ୍ଦ୍ର ରେ ପ୍ରବେଶ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଗେଟ୍ ରେ ଥାଇ ଚେକିଂ କରୁଥିବା ବିଦ୍ୟାଳୟ ର ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ମହାପାତ୍ର ଙ୍କୁ ତାଙ୍କର ଆଡମିଟ କାର୍ଡ ଦେଖାଇ ଥିଲେ। ମାତ୍ର ଛାତ୍ର ଙ୍କର ୟୁନିଫର୍ମ ବ୍ଲୁ ପ୍ୟାଣ୍ଟ୍ ଓ ଧଳା ସାଟ୍ ହୋଇଥିବା ବେଳେ ଛାତ୍ର ଜଣକ କଳା ଜିନ ପ୍ୟାଣ୍ଟ୍ ପିନ୍ଧି ପରୀକ୍ଷା କେନ୍ଦ୍ର କୁ ଆସିଥିଲେ। ଧଳା ସାର୍ଟ ସହ କଳା ଜିନ ପ୍ୟାଣ୍ଟ ପିନ୍ଧି ଥିବାରୁ ତାଙ୍କୁ ବିଦ୍ୟାଳୟ ର ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ମହାପାତ୍ର ଛାଡି ନଥିଲେ। ଏପରିକି ଛାତ୍ର ଙ୍କ ଗାଇଡ ଶିକ୍ଷକ ଗେଟ୍ ରେ ଜଗିଥିବା ଶିକ୍ଷୟତ୍ରୀ ଙ୍କୁ ତାଙ୍କ ବିଦ୍ୟାଳୟ ର ଛାତ୍ର ବୋଲି ପରିଚୟ କରାଇ ଥିଲେ ମଧ୍ୟ ଶିକ୍ଷୟତ୍ରୀ ତାଙ୍କୁ ଛାଡି ନ ଥିଲେ । ଫଳରେ ଛାତ୍ର ଜଣକ ସେଠାରୁ ତାଙ୍କ ଘରକୁ ଚାଲି ଆସିଥିଲେ। ମାତ୍ର ତାଙ୍କ ଘରେ କେହି ନଥିବାରୁ ଅନ୍ୟତ୍ର ଚାଲିଯାଇଥିଲେ। ମାତ୍ର ପରୀକ୍ଷା ହଲ ରେ ଛାତ୍ର ଙ୍କ ଅନୁପସ୍ଥିତି ନେଇ ରାଧାମୋହନ ଜୀଉ ନୋଡାଲ ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ନୋଡାଲ ସେଣ୍ଟର୍ ପକ୍ଷରୁ ଜଣାଯାଇଥିଲା । ପରେ ପ୍ରଧାନ ଶିକ୍ଷକ ଘଟଣା ସଂମ୍ପର୍କରେ ତାଙ୍କ ବାପା ପ୍ରମୋଦ ନାଏକ ଙ୍କୁ ଜଣାଇ ଥିଲେ। ପ୍ରଦିପ ନକ ବାପା ମାଆ ପ୍ରଦିପ ଙ୍କୁ ଖୋଜା ଖୋଜି କରିଥିଲେ ମଧ୍ଯ ପାଇନଥିଲେ। ପ୍ରଦିପ ଙ୍କ ବାପା ଏ ନେଇ ଦଶପଲ୍ଲା ଥାନା ରେ ଅଭିଯୋଗ କରିବା ସହ ପ୍ରଦୀପ ନିଖୋଜ ହୋଇଥିବା ଅଭିଯୋଗ ରେ ଦର୍ଶାଇ ଥିଲେ । ଏହା ପ୍ରଚାର ହେବା ପରେ ପ୍ରଦୀପ ଦିନ ୨ ଘଣ୍ଟିକା ସମୟରେ ଘରକୁ ଫେରିଥିଲେ। ମାତ୍ର ପ୍ରଦୀପ ଙ୍କ ୟୁନିଫର୍ମ ବ୍ଲୁ ପାଣ୍ଟ ଓ ଧଳା ସାର୍ଟ ହୋଇଥିବା ବେଳେ କଳା ପ୍ୟାଣ୍ଟ ପାଇଁ ପ୍ରଦୀପ ମ୍ୟାଟ୍ରିକ ପରୀକ୍ଷାରୁ ବଞ୍ଚିତ ହେବା ଆଲୋଚ୍ୟ ର ବିଷୟ ହୋଇଛି।
