ବାଲେଶ୍ୱର-୦୫/୦୯ : ଦୀର୍ଘଦିନ ଧରି ଟିପିଏନ୍ଓଡିଏଲ୍ର ମୁଖ୍ୟ କାର୍ଯ୍ୟାଳୟ ଆଗରେ ନେସ୍କୋଶକ୍ତି କର୍ମଚାରୀ ସଂଘପକ୍ଷରୁ ଅହୋରାତ୍ରୋ ଧାରଣା ଜାରି ରହିଥିବା ବେଳେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଏହି ଧାରଣା ପ୍ରତ୍ୟାହୃତ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ଏକ ସଭାସଂଘର ସ୍ଥାୟୀ ସଭାପତି ତଥା ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସଂଘର ସାଧାରଣ ସମ୍ପାଦକ ଡ. ଅନ୍ତର୍ଯ୍ୟାମୀ ମହାପାତ୍ରଙ୍କ ଉପସ୍ଥିତିରେ ଟିପିଏନ୍ଓଡିଏଲ୍ର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଶ୍ରୀ ବଲ୍ଲଭ ସିଂ, ଡିଏମ୍ଏଚ୍ଆର୍ ମାନସ ସ୍ୱାଇଁଙ୍କ ଉପସ୍ଥିତିରେ ଅନେ୍ଦାଳନରତ କର୍ମ·ରୀମାନଙ୍କୁ ଧାରଣାରୁ ଉଠାଯାଇଥିଲା । ପୂର୍ବରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଟିପିଏନ୍ଓଡିଏଲ୍ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ ଭାସ୍କର ସରକାର ଓ ମୁଖ୍ୟ ମାନବସମ୍ବଳ ଅଧିକାରୀ ଶ୍ରୀବଲ୍ଲଭ ସିଂ,ସଂଘର ଉପଦେଷ୍ଟା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ସାଧାରଣ ସମ୍ପାଦକ ଓ ଅନ୍ୟାନ୍ୟ ସଂଘର ବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଉପୟ ପକ୍ଷଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ସଫଳ ରୂପାୟନ ଖୁବ୍ଶୀଘ୍ର କରାଯିବ ବୋଲି ସଭାରେ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ । ଗତମାସ ୧୬ ତାରିଖରେ ହୋଇଥିବା ଆଲୋଚନା ଅନୁଯାୟୀ ଦୀର୍ଘଦିନଧରି କାର୍ଯ୍ୟରତ ଆଉଟସୋର୍ସ କର୍ମ·ରୀଙ୍କୁ ସ୍ଥାୟୀ କରିବା ନିମନ୍ତେ ପଦକ୍ଷେପ ନିଆଯିବା ସହ ଖୁବ୍ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବବୋଲି ନିଶ୍ଚିତ ପ୍ରତିଶୃତି ପାଇବା ପରେ ଉଭୟେ ପକ୍ଷ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହେବାସହ ସଂଘର ଉପଦେଷ୍ଟା,ସାଧାରଣ ସମ୍ପାଦକ,ସିଇଓ,ଏଚ୍ଆର୍ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏହି ସଭାରେ ନିଖିଳ ଓଡ଼ିଶା ବିଦୁ୍ୟତ ମଜଦୂର ମହାସଂଘର ସାଧାରଣ ସମ୍ପାଦକ ସତ୍ୟ ପରିଡ଼ାଙ୍କ ସମେତ ଗଗନ ବିହାରୀ ଲେଙ୍କା, ପ୍ରଭୁଦତ୍ତ ମିଶ୍ର, ଶିବନାରାୟଣ ଗିରି, ଶୁଭେନ୍ଦୁ ସୂର୍ଯ୍ୟନାରାୟଣ ବେହେରା, ଅଜୟ ପଢିଆରୀ, କମଳଲୋଚନ ସାହୁ,ବଳଭଦ୍ର ଗିରି, ପ୍ରଦୀପ ଜେନା, ନିଗମାନନ୍ଦ ଗିରି, ଉମାକାନ୍ତ ପଢିଆରୀ,ସୁକାନ୍ତ ପାଢୀ, ମୁକେଶ ପ୍ରଧାନ,ଅରୁଣ ଜେନା,ସୁଶାନ୍ତ ପ୍ରଧାନ,ପ୍ରଦୀପ ମହାନ୍ତି, କାହ୍ନୁଚରଣ ପ୍ରଧାନ ଓ ବହୁ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ
