Odisha news

ଖଇରା ଶିକ୍ଷକ ସଂଘ ଭବନରେ ଗୁରୁପୂଜା,୪୧ଶିକ୍ଷୟିତ୍ରୀଶିକ୍ଷକ ସମ୍ବର୍ଦ୍ଧିତ

0

ଖଇରା-୦୫/୦୯ : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଶିକ୍ଷକ ସଂଘ ଭବନ ପରିସରରେ ପବିତ୍ର ଗୁରୁ ଦିବସ ତଥା ୧୬ତମ ବାର୍ଷିକୋତ୍ସବ ପାଳିତ ହୋଇ ଯାଇଛି । ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଖଇରା ଶାଖା ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି କୈଳାସ ଚନ୍ଦ୍ର ବେହେରା ପୌରୋହିତ୍ୟ କରିଥିଲେ । ଏଥିରେ ସ୍ଥାନୀୟ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷା ବିଷୟ ସବୁବେଳେ ରାଜନୀତିରୁ ଉର୍ଦ୍ଧରେ ରହିବା ଦରକାର । ବର୍ତ୍ତମାନ ରେକର୍ଡପତ୍ର କାମ ପାଇଁ ଶିକ୍ଷକଙ୍କୁ ଅଧୀକ ପରିଶ୍ରମ କରିବାକୁ ପଡୁଛି । ତଥାପି କ୍ଳାସରୁମ ଭିତରେ ସବୁ ପିଲାଙ୍କୁ ନିଜ ସନ୍ତାନ ଭାବେ ବିବେଚନା କରି ଶିକ୍ଷାଦାନ କଲେ ଏହି ବୋଝ ନିଶ୍ଚୟ ହାଲୁକା ହେବ । ଏହି ପିଲାମାନଙ୍କର ସଫଳତା ସେମାନଙ୍କ ପାଇଁ ପ୍ରକୃତ ଗୁରୁଦକ୍ଷିଣା ବୋଲି କହିଥିଲେ ।

ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ମାବାପା ପ୍ରଥମ ଗୁରୁ ବୋଲି କହିଥିଲେ । ଏଣୁ କେହି କେବେ ମାବାପାଙ୍କୁ ଅବହେଳା କରିବା ଅନୁଚିତ । ପ୍ରଧ୍ୟାପକ ଅଭୟ କୁମାର ମହାନ୍ତି ମୁଖ୍ୟବକ୍ତା,ବିଡିଓ ପର୍ଶୁରାମ ପଣ୍ଡା, ଗୋଷ୍ଠୀ ଶିକ୍ଷାଧିକାରୀ ଗୋଲକ ବିହାରୀ ପାଢୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ମହାପାତ୍ର ବିବରଣୀ ପାଠ,ରୀତାରାଣୀ ଦାସ ଅତିଥି ପରିଚୟ ଓ ସିଆରସିସି ଶରତ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ମୁଖପତ୍ର ପ୍ରଜ୍ଞାଶ୍ରୀ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ଦ୍ୱିବେଦୀ,କୈଳାସ ଚନ୍ଦ୍ର ବେହେରା ଓ ଅନ୍ତର୍ଯ୍ୟାମୀ ଦଳେଇଙ୍କୁ ସରସ୍ୱତୀ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା ସେହିଭଳି ୩ବର୍ଷ ମଧ୍ୟରେ ଅବସରଗ୍ରହଣ କରିଥିବା ୪୧ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା

Nalco
Leave A Reply