ବାଲେଶ୍ୱର-୦୫/୦୯ : ଇନ୍ଟାକ୍ ବାଲେଶ୍ୱର ଚାପ୍ଟାରର ପ୍ରତିଷ୍ଠା ସ୍ଥାନୀୟ ଉଦ୍ୟୋଗ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଚାପ୍ଟାର ଆବାହକ ଉଦୟ ରଞ୍ଜନ ଦାସ ସ୍ୱାଗତ ଭାଷଣ ଦେଇଥିଲେ । ସହ ଆବାହକ ସଂଗ୍ରାମ କୁମାର ଦାସ ଚାପ୍ଟାରର ବାର୍ଷିକ ବିବରଣୀ ପାଠ କରିଥିଲେ । ଅତିରିକ୍ତ ସହ ଆବାହକ ଅର୍ଚ୍ଚନା ନନ୍ଦୀ ଏବଂ ସଭ୍ୟ ମାତୃଦତ୍ତ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ ଇନ୍ଟାକ୍ର ବିଭିନ୍ନ ଦିଗରେ କାର୍ଯ୍ୟକଳାପର ପ୍ରଶଂସା କରିବା ସହିତ ବାଲେଶ୍ୱର ଜିଲ୍ଲା ଏକ କଳା ଓ ସଂସ୍କୃତିର ଭଣ୍ଡାର ଘର ବୋଲି ବର୍ଣ୍ଣନା କରିଥିଲେ । ସମ୍ମାନନୀୟ ଅତିଥି ଅମୀୟ ଭୂଷଣ ତି୍ରପାଠୀ, ଇନ୍ଟାକ୍ ଓଡ଼ିଶା ରାଜ୍ୟ ଆବାହକ ଇନ୍ଟାକ୍ ବାଲେଶ୍ୱର ଚାପ୍ଟାରର କାର୍ଯ୍ୟର ସମୀକ୍ଷା କରିବା ସହିତ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଗବେଷକ ଅନିଲ ଧୀର ତାଙ୍କ ଭାଷଣରେ କହିଥିଲେ ଯେ ବାଲେଶ୍ୱର ଜିଲ୍ଲାରେ ୪୦୦ରୁ ଊଦ୍ଧ୍ୱର୍ ଐତିହ୍ୟସ୍ଥଳ ରହିଛି ଯାହାର ପଞ୍ଜିକରଣ କରିବା ଅତ୍ୟନ୍ତ ଜରୁରୀ । ଇନ୍ଟାକ୍ ପକ୍ଷରୁ ଦୁଇଜଣ କୃତୀ ଶିକ୍ଷକ ସୁଧାଂଶୁ ପଣ୍ଡା ଏବଂ ଶ୍ରୀମତୀ ସୁମତୀ ମଣ୍ଡଳଙ୍କୁ ଶିକ୍ଷକ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା । ରାଜ୍ୟ ଏବଂ ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଉପଲକ୍ଷେ ଚାପ୍ଟାର୍ର ମୁଖପତ୍ର ପରମ୍ପରା ଉନ୍ମୋଚିତ ହୋଇଥିଲା । ଭାବଗ୍ରାହୀ ମହାନ୍ତି ଉନ୍ମୋଚନରେ ସହାୟତା କରିଥିଲେ । ସତ୍ୟନାରାୟଣ ନନ୍ଦ ଏବଂ ଅଖିଳ କୁମାର ଦାସ ମାନପତ୍ର ପାଠ କରିଥିଲେ । ଅଲିଭା ଦାସ, ଗୀତାଞ୍ଜଳି ପାଣିଗ୍ରାହୀ, ଯଶୋଦା ନନ୍ଦନ ଆଶ୍, ସୌରଭ କୁମାର ବେହେରା,ଲକ୍ଷ୍ମୀକାନ୍ତ ତି୍ରପାଠୀ, ଗୌରୀଶଙ୍କର ନାୟକ, ହରେନ ରଣା, ଗିରିଜା ମିଶ୍ର, ସୋଭନ ଦାସମହାପାତ୍ର, ଚିନ୍ମୟୀ ଦାସମହାପାତ୍ର ପ୍ରଭୃତି ଇନ୍ଟାକ୍ ସଭ୍ୟବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସକି୍ରୟ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଡା. ଦେବାଶୀଷ ମିଶ୍ରଙ୍କୁ ଇନ୍ଟାକ୍ର ସଭ୍ୟ ଭାବରେ ସ୍ୱାଗତ କରାଯାଇଥିଲା
