Odisha news

ନେପାଳ କୁ ଭାରି ପଡ଼ିଲା ଚୀନ୍ ସହ ବନ୍ଧୁତା , ଚୀନ୍ କବ୍ଜା କରିଛି ନେପାଳ ର ୧୫୦ ହେକ୍ଟର ଜମି : ଦେଶରେ ଦେଖା ଦେଇଛି ହିଂସା

ନୁଆଦିଲ୍ଲୀ : ଚୀନ୍ ର ନିଜର ବଦଳୁଥିବା ରୂପକୁ ନେଇ ସବୁବେଳେ ଚର୍ଚ୍ଚା ରେ । ଅତୀତରେ ନେପାଳ ର ଘନିଷ୍ଟ ବନ୍ଧୁ ହୋଇଥିବା ଚୀନ୍ , ନେପାଳ ସହିତ କରିଛି ବିଶ୍ବାସ ଘାତକତା । ଯାହାକୁ ନେଇ ସୃଷ୍ଟି ହୋଇଛି ନେପାଳ ରେ ହିଂସା ।

ମିଳିଥିବା ସୂଚନା ଅନୁସାରେ ନେପାଳ ଜନସାଧାରଣ ଧୀରେ ଧୀରେ ଚୀନ୍ ର ଗଦାରି କୁ ବୁଝି ପାରିଛନ୍ତି । ଚୀନ୍ ନେପାଳ ର ୧୫୦ ହେକ୍ଟର ଜମି ଉପରେ କବ୍ଜା କରିଛି ଯାହାକୁ ନେଇ ନେପାଳ ର ଯୁବକ ମାନେ ରାଜରାସ୍ତାକୁ ଓହ୍ଲାଇ ବିଦ୍ରୋହ କରିବାକୁ ଆରମ୍ଭ କରି ଦେଇଛନ୍ତି ଏବଂ ତା ସହିତ ଚୀନ୍ ଗୋ ବ୍ୟାକ ନାରା ମଧ୍ୟ ଦେଉଛନ୍ତି ।
ଏହି ଯୁବକ ମାନେ ପ୍ରତିବାଦ କରି ଜିଂପିଂ ଙ୍କ ଫଟୋ କୁ ମଧ୍ୟ ପୋଡ଼ି ଦେଇଛନ୍ତି । ତା ସହିତ ଚୀନ୍ ରାଷ୍ଟ୍ରପତି ଙ୍କ ଫଟୋ କୁ ଜୋତା ରେ ମାରି ଥିଲେ । ତା ସହିତ ଚୀନ୍ କବଜା କରିଥିବା ନେପାଳୀ ଅଞ୍ଚଳ କୁ ମଧ୍ୟ ଫେରାଇ ବାକୁ ଦାବି କରିଥିଲେ । ଚୀନ୍ ନେପାଳ ର ୧୫୦ ହେକ୍ଟର ଅଞ୍ଚଳକୁ ମାଡ଼ି ବସିବା ସହ ସେଠାରେ ଅନୈତିକ ଭାବରେ ଗୃହ ନିର୍ମାଣ କରିଛି । ଚୀନ୍ ନେପାଳ ର ଲବ୍ଜା ରୁ ଉମଲା ଜିଲ୍ଲା ପର୍ଯ୍ୟନ୍ତ ୧୫୦ ହେକ୍ଟର ଜମିକୁ କବଜା କରିଛି । ଉମାଲା ଜିଲ୍ଲାରେ କିଛି ଘର ମଧ୍ୟ ଚୀନ୍ ଦ୍ଵାରା ତିଆରି କରା ଯାଇଚି । ଏହା ଉମାଲା ଜିଲ୍ଲା ର ଜିଲ୍ଲା ପାଳଙ୍କ ଦ୍ଵାରା ଯାଞ୍ଚ ହୋଇ ସଠିକ୍ ପ୍ରମାଣିତ ହୋଇଥିଲା , ଏହି ଘର ଗୁଡ଼ିକ ନେପାଳ ସୀମା ଭିତରକୁ ୨ କିଲୋମିଟର ମଧ୍ୟରେ ତିଆରି ହୋଇଛି । ଏହାକୁ ନେଇ କାଠମାଣ୍ଡୁ ରେ ଚୀନ୍ ଯୁବକ ମାନେ ବିରୋଧ ପ୍ରଦର୍ଶନ କରିଥିଲେ ।

Comments are closed.