Odisha news

ସଂଯୁକ୍ତ ରାଷ୍ଟ୍ର ମହାସଭା ଅଧକ୍ଷ ଦେଲେ କୋଭିସିଲ୍ସ ଟିକା କୁ ନେଇ ଭାରତ ସପକ୍ଷରେ ବୟାନ

ନୂଆଦିଲ୍ଲୀ : ଭାରତର କୋଭିଡ୍ ଟିକା କୋଭିସିଲ୍ଡ କୁ ବ୍ରିଟେନ ଦ୍ଵାରା ମାନ୍ୟତା ନ ମିଳିବାକୁ ନେଇ , ଭାରତ ଓ ବ୍ରିଟେନ ମଧ୍ୟରେ ମତାନ୍ତର ଓ ମନାନ୍ତର ଆରମ୍ଭ ହୋଇଛି । ବ୍ରିଟେନ ଏହି କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତି ଯଦି ବ୍ରିଟେନ ଯାତ୍ରା କରିବେ ତେବେ ୧୦ ଦିନ କ୍ୱାରେନ୍ଟାଇନ୍ ରହିବା ସହ ଅର୍ଟିପିଶିଆର ଟେଷ୍ଟ କରିବାକୁ ବଧ୍ୟାତ ମୂଳକ ବୋଲି କୁହାଯାଇଛି । ଏହାର ଜବାବ୍ ରେ ଭାରତ ମଧ୍ୟ ବ୍ରିଟେନ କୁ କହିଛି ଯେ ଅକ୍ଟୋବର ୪ ତାରିଖ ରୁ ଯିଏ ବି ଭାରତ ଆସିବେ ୧୦ ଦିନ କ୍ୱାରେନ୍ଟାଇନ୍ ରହିବେ ଓ ବିମାନ ବନ୍ଦର ରେ ଆର୍ତିପିଶିଆର ଟେଷ୍ଟ କରିବା ବାଧ୍ୟତାମୂଳକ ବୋଲି କହିଛି ।
ସଂଯୁକ୍ତ ରାଷ୍ଟ୍ର ମହାସଭା ନେଇଥିଲା ଭାରତର ସପକ୍ଷ – କୋଭିସିଲ୍ଡ କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସଂଯୁକ୍ତ ରାଷ୍ଟ୍ର ମହାସଭା ଅଧକ୍ଷ ଅବ୍ଦୂଲ୍ଲା ସାହିଦ୍ କହିଛନ୍ତି ଯେ ବିଶ୍ଵର ଅଧିକାଂଶ ସ୍ଥାନରେ ଦିଆ ଯାଇଥିବା କୋଭିସିଲ୍ଡ ର ଦୁଇଟି ଖୋରାକ ମୁଁ ମଧ୍ୟ ନେଇଛି । ଯେପରି ବ୍ରିଟିଶ ଶ୍ଵିଡିସ ଦ୍ଵାରା ଅଷ୍ଟ୍ରିଯେନେକା ପ୍ରସ୍ତୁତ କରାଯାଇଛି ସେହିଭଳି ଭାରତର ସିରମ୍ ଇନଷ୍ଟିଚ୍ୟୁଟ ଦ୍ଵାରା କୋଭିସିଲ୍ଡ ପ୍ରସ୍ତୁତ କରାଯାଇଛି । ମୁଁ ଭାରତରେ ନିର୍ମିତ କୋଭିସିଲ୍ଡ ନେଇଛି । ମୁଁ ଏହା ଜାଣିନାହିଁ ଯେ କେତୋଟି ଦେଶ ଏହି ଟିକା କୁ ଗ୍ରହଣ କରିଛନ୍ତି । କିନ୍ତୁ ଏହା ଜାଣିଚି ଯେ ପାଖାପାଖି ୧୦୦ଟି ଦେଶକୁ ୬୬ ମିଲିୟନ
କୋଭିସିଲ୍ଡ ଟିକା ଭାରତ ରପ୍ତାନି କରିଛି ।
ସଂଯୁକ୍ତ ରାଷ୍ଟ୍ର ମହାସଭା ର ଗୃହ ଦେଶ ମାଳ ଦ୍ଵିପ ଭାରତ ନିର୍ମିତ ଟିକା ପ୍ରାପ୍ତ କରିବାର ପ୍ରଥମ ଦେଶ ଅଟେ । ଭାରତ ନିର୍ମିତ ଟିକା ପ୍ରାୟ ବିଶ୍ଵର ସମସ୍ତ ସ୍ଥାନରେ ସକାରାତ୍ମକ ପ୍ରଭାବ ଦେଇଛି । ତେଣୁ ଟିକା ପାଇଁ ଏପରି ମତାନ୍ତର ଉଭୟ ଦେଷଙ୍କ ମଧ୍ୟରେ ଗ୍ରହଣ ଯୋଗ୍ୟ ନୁହେଁ ।
Shares