Odisha news

ନେପାଳ ବର୍ତ୍ତମାନ ତିଆରି କରିବାକୁ ଯାଉଛି ଅଯୋଧ୍ୟାପୁରୀ : ୪୦ ଏକର ଜମି ଆବଣ୍ଟିତ

0

ନୂଆଦିଲ୍ଲୀ : ନେପାଳର ପ୍ରଧାନମନ୍ତ୍ରୀ ଓଲି ଅଯୋଧ୍ୟାପୁରୀ ନେପାଳରେ ଅଛି ବୋଲି ଦାବି କରିବା ପରେ ବର୍ତ୍ତମାନ ଶୀତବନ ଜିଲ୍ଲାର ନଗର ପାଳିକା ୪୦ ଏକର ଜାଗାରେ ଅଯୋଧ୍ୟାପୁରୀ ନିର୍ମାଣ କରିବାକୁ ଯାଉଛି l ଚିତବନ ଜିଲ୍ଲାର ମାଡି ନଗର ପାଳିକା ଅଯୋଧ୍ୟାପୁରୀ ବନାଇବା ପାଇଁ ୪୦ ଏକର ଜମି ଆବଣ୍ଟିତ କରିବା ପାଇଁ ଫଇସଲା କରିଛି l ନେପାଳର ପ୍ରଧାନମନ୍ତ୍ରୀଙ୍କ ଦାବି ଅନୁସାରେ ,ନେପାଳର ଚିତବନରେ ଭଗବାନ ରାମଙ୍କର ଜନ୍ମ ହୋଇଥିଲା l ନେପାଳ ପ୍ରଧାନମନ୍ତ୍ରୀ ଭାରତ ଉପରେ ସାଂସ୍କୃତିକ ବିରସତା ଉପରେ କବ୍ଜା କରିବାକୁ ନେଇ ଆରୋପ ଲଗାଇ କହିଥିଲେ କି ଭାରତରେ ଥିବା ଅଯୋଧ୍ୟା ନକଲି ଅଟେ ଓ ନେପାଳରେ ଅସଲି ଅଯୋଧ୍ୟା ଚିତବନ ଜିଲ୍ଲାରେ ରହିଛି l

ଓଲିଙ୍କର ଏହି ବୟାନ ପରେ ନେପାଳ ଓ ଭାରତ ମଧ୍ୟରେ ଅନେକ ବିବାଦ ଦେଖା ଦେଇଥିଲା l ମାଡିର ମେୟର ଧlକଲ କହିଛନ୍ତି,ଆମେ ବର୍ତ୍ତମାନ ଅଯୋଧ୍ୟାପୁରୀ ପାଇଁ ୪୦ ଏକର ଜାଗା ଆବଟନା କରିଛୁ l ନେପାଳରେ ଭଗବାନ ରାମଙ୍କର ଜନ୍ମ ଭୂମି ରହିଥିବାର ଦାବି କରିବା ପରେ ମାଡି ନଗର ପାଳିକା ସହିତ ଓଲି ସରକାର ବୈଠକ କରିଥିଲେ ଓ ପ୍ରତ୍ନତତ୍ୱ ବିଭାଗକୁ ମାଟିତଳେ ଲୁଚି ରହିଥିବା ପ୍ରମାଣକୁ ଖୋଲି ବାହାର କରିବାକୁ ନିର୍ଦେଶ ଦେଇଥିଲେ l ମେୟର ଧlକଲ କହିଛନ୍ତି ଅଯୋଧ୍ୟାପୁରୀ ଧାମ ପାଇଁ ମାଷ୍ଟର ପ୍ଲାନ ତିଆରି ହୋଇସାରିଛି l

ପ୍ରଧାନମନ୍ତ୍ରୀ ଓଳି ଚଳିତବର୍ଷ ଦଶହରାରେ ରାମ ନବମୀ ଦିନ ଭୂମିପୂଜନ କାର୍ଯ୍ୟକ୍ରମ ଆରମ୍ଭ କରିବେ ଓ ୨ ବର୍ଷ ମଧ୍ୟରେ ରାମ ମନ୍ଦିର ତିଆରି ହେବାର ପ୍ରତିଶୃତି ଦେଇଛନ୍ତି l ପ୍ରଧାନମନ୍ତ୍ରୀ ଓଲି କହିଛନ୍ତି ଅଯୋଧ୍ୟାପୁରୀ ସହିତ ରାମାୟଣରେ ଯୋଡି ହୋଇଥିବା ଆଖପାଖର ଅଞ୍ଚଳକୁ ବିକାଶ କରାଯିବ l ସେ ମାଡି ନିକଟରେ ଥିବା ବାଲ୍ମୀକି ଆଶ୍ରମ ,ସୀତାଙ୍କ ବନବାସ ସମୟରେ ରହିଥିବା ଜଙ୍ଗଲ ଓ ଲବକୁଶଙ୍କ ଜନ୍ମ ସ୍ଥାନ କ୍ଷେତ୍ରକୁ ବିକଶିତ କରିବେ ବୋଲି କହିଛନ୍ତି  l

Leave A Reply