ନୂଆଦିଲ୍ଲୀ : ଭାରତ ପକ୍ଷରୁ ସାହାଯ୍ୟ ମିଳିବ ପରେ ମଧ୍ୟ ନେପାଳ ନିଜ ପ୍ରକୃତିରୁ ଓହରୁ ନାହିଁ l ଉତରାଖଣ୍ଡର କାଲାପାନୀ ,ଲିପୁଲେଖ ଓ ଲିମ୍ପିଆଧୁର ପ୍ରଭୃତି ଭାରତୀୟ କ୍ଷେତ୍ରକୁ ନିଜ ନକ୍ସାରେ ଦେଖାଇବାପରେ ନେପାଳ ସରକାର ବର୍ତ୍ତମାନ ସେଠାରେ ଜନଗଣନା କରାଇବା ପାଇଁ ଉଦ୍ୟମ ଚଳାଇଛନ୍ତି l ଓଲିଙ୍କ ନେତୃତ୍ୱରେ ସେଠାରେ ଆସନ୍ତା ବର୍ଷ ମଇ ୧୮ ତାରିଖରୁ ଦ୍ୱାଦଶତମ ଜନଗଣନା ପ୍ରକ୍ରିୟା ନେପାଳ ଆରମ୍ଭ କରିବ ,ଯେଉଁଥିରେ ଭାରତର ଏହି ସ୍ଥାନ ଗୁଡିକ ମଧ୍ୟ ସାମିଲ ହୋଇଛି l ନେପାଳର ସ୍ଥାନୀୟ ଖବର କାଗଜ କାଠମାଣ୍ଡୁ ପୋଷ୍ଟ ଅନୁସାରେ ଓଲି ସରକାର ଏଥିପାଇଁ ଯୋଜନା ତିଆରି କରୁଛନ୍ତି l
ଏହି ବିବାଦିତ ଅଞ୍ଚଳ ଗୁଡିକରେ ନେପାଳ ଘର ଗୁଡିକ ମଧ୍ୟ ଗଣନା କରିବ l ଭାରତ ଓ ନେପାଳର ସମ୍ପର୍କ ମଧ୍ୟରେ ତିକ୍ତତା ଆସିବାର କାରଣ ମଧ୍ୟ ଏହି ତିନିଟି ଅଞ୍ଚଳ ରହିଛି l ପ୍ରଥମେ ନେପାଳ ଏହି ଅଞ୍ଚଳ ଗୁଡିକ ଉପରେ ନିଜର ଦାବି ଜଣାଇଥିଲା ,ପରେ ଏହାକୁ ସଂସଦରେ ନକଲି ନକ୍ସା ସାହାଯ୍ୟରେ ପାସ କରାଇଥିଲା l ବିଶେଷଜ୍ଞ ମାନଙ୍କ ମତରେ ନେପାଳ ଚୀନର କଥାରେ ଚାଲି ଏହି ପ୍ରକାର ଗତିବିଧି କରୁଛି l
କାଲାପାନୀ ,ଲିପୁଲେଖ ଓ ଲିମ୍ପିଆଧୁରା ଅଞ୍ଚଳରେ ଜନଗଣନା କାମ ନେପାଳର ନେସନାଲ ପ୍ଲାନିଂ କମିସନକୁ କରିବାର ଅଛି ,କିନ୍ତୁ ସେଠାକାର ସେଣ୍ଟ୍ରାଲ ବିୟୁରୋ ଅଫ ଷ୍ଟାଟିଷ୍ଟିକକୁ ଭୟ ରହିଛି ଯେ ନେପାଳ ସରକାରଙ୍କ ଏହି ପଦକ୍ଷପ ଦ୍ୱାରା ଭାରତ ସରକାର ଅସନ୍ତୁଷ୍ଟ ନହୋଇଯନ୍ତୁ l ସ୍ଥାନୀୟ ରିପୋର୍ଟ ଅନୁସାରେ ଓଲି ସରକାରଙ୍କୁ ମଧ୍ୟ ଏହି କଥାର ଚିନ୍ତା ଅଛି ଯେ ଭାରତ ଯଦି ଅସନ୍ତୁଷ୍ଟ ହୋଇଯିବ ତେବେ କଣ ପ୍ରତିକ୍ରିୟା ଦେବ l ଏହି କାରଣରୁ ଓଲି ସରକାର ବର୍ତ୍ତମାନ ମଧ୍ୟ ଚୁପ ହୋଇ ରହିଛନ୍ତି l ନିକଟରେ ଭାରତ ନେପାଳକୁ ଅତ୍ୟାଧୁନିକ ରେଳ ମଧ୍ୟ ଦେଇଛି l