ନେମାଳ ୨୮.୮(ସବୁ୍ୟ) : ଲଗାଣ ବର୍ଷା ସାଙ୍ଗକୁ ମହାନଦୀ – ଚିତ୍ରୋତ୍ପଳା ଓ ଲୁଣା ନଦୀରେ ବନ୍ୟାଜଳ ବୃଦ୍ଧି ପାଇବାରୁ ବହୁ ପନି ପରିବା ଫସଲ ଉଜୁଡି ଯିବା ସଙ୍ଗେ ସଙ୍ଗେ ଖୋଲା ବଜାରରେ ପରିବା ଦର ଆକାଶ ଛୁଆଁ ହୋଇଛି । ପୋଟଳ ଦର ୭୦ ରୁ ୮୦ ଟଙ୍କାକୁ ଆଳୁ ୩୫ ରୁ ୪୦ ରେ ବିକ୍ରି ହେଉଥିଲା ବେଳେ କାଙ୍କଡ ୬୦ ରୁ ୭୫ ଟଙ୍କା ଓ ଅନ୍ୟାନ୍ୟ ପନିପରିବା ୩୫ ରୁ ୪୦ ଟଙ୍କା ଦରରେ ବିକ୍ରି କରାଯାଉଛି । ଫଳରେ ସାଧାରଣ ଗରୀବ ଖାଉଟିମାନେ ପରିବା ଦର ଶୁଣି ଭୟଭୀତ ହୋଇ ପଡିଛନ୍ତି ।
ଅପରପକ୍ଷରେ କରୋନା ମହାମାରୀ ଯୋଗୁ ଆର୍ଥିକ ଅନାଟନରେ ଥିବା ପରିବାରମାନେ ସ୍ୱଳ୍ପ ପରିବା କିଣି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି । କେତେକ ମୁନା‘ାଖୋର ବ୍ୟବସାୟୀ ବହୁ ପରିମାଣରେ ଆଳୁ, ପିଆ, ରସୁଣ ଆଦି ଦ୍ରବ ମହଜୁଦ ରଖି କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି । ବିଶେଷ କରି ନେମାଳ ମୁଖ୍ୟ ହାଟ ସମେତ ସାନ୍ତପୁର, ଜନାର୍ଦ୍ଦନପୁର, ନଗସପୁରପୁର ଆଦି ସ୍ଥାନ ମାନଙ୍କରେ ବହୁ ଛୋଟ ଛୋଟ ବ୍ୟବସାୟୀମାନେ ଖାଉଟିମାନଙ୍କୁ ଚଢା ଦରରେ ଶୋଷଣ କରୁଥିବାରୁ ବିଭାଗୀୟ ଅଧିକାରୀ ଓ ପୁଲିସ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।