ମୁମ୍ବାଇ: ଗତ କିଛି ଦିନ ହେଲାଣି ଇଣ୍ଡିଆନ ଆଇଡଲର ଉପସ୍ଥାପକ ଆଦିତ୍ୟ ନାରାୟଣ ଓ ଜଜ୍ ନେହା କକ୍କରଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି। ଦୁହେଁ ଫେବ୍ରୁଆରି ୧୪ରେ ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଦିତ୍ୟଙ୍କ ବାପା ତଥା କଣ୍ଠଶିଳ୍ପୀ ଉଦିଦ୍ ନାରାୟଣ ଏ ନେଇ ନିଜର ପ୍ରତିକ୍ରିୟା ମଧ୍ୟ ରଖି ସାରିଛନ୍ତି। ବିବାହ କରିବା ନେଇ ଯେଉଁ ଭିଡିଓ ଭାଇରାଲ ହୋଇଥିଲା, ତାହା କେବଳ ନେହାଙ୍କୁ ଚିଡ଼ାଇବା ପାଇଁ ଆଦିତ୍ୟ କରିଥିଲେ। ବିବାହ କରିବା ଖବରରେ କୌଣସି ସତ୍ୟତା ନ ଥିଲା ବୋଲି ସ୍ପଷ୍ଟ ହୋଇ ସାରିଥିଲେ ମଧ୍ୟ ନେହାଙ୍କ ଇନଷ୍ଟା ପୋଷ୍ଟ କିଛି ଅଲଗା କହୁଥିବା ଦେଖାଯାଇଛି।