ନିଟର ଅଣ୍ଡର ଗ୍ରାଜୁଏଟ ପରୀକ୍ଷା ପାଇଁ ଆବେଦନର ତାରିଖ ବଢ଼ା ଯାଇଛି ,ଆବେଦନକାରୀ ବର୍ତମାନ ଅଗଷ୍ଟ ୧୦ ତାରିଖ ୨୦୨୧ ସନ୍ଧ୍ୟା ୫ଟା ମଧ୍ୟରେ ଆବେଦନ କରି ପାରିବେ l
ନେସନାଲ ଟେଷ୍ଟିଙ୍ଗ ଏଜେଣ୍ଟ NEET କିମ୍ବା NEET ୨୦୨୧ ର ଅଣ୍ଡର ଗ୍ରାଜୁଏଟ ପରୀକ୍ଷା ପାଇଁ ଆବେଦନର ତାରିଖ ବଢ଼ାଇ ଦେଇଛନ୍ତି l ଆବେଦନକାରୀ ମାନେ ବର୍ତମାନ ଏହି ପରୀକ୍ଷା ପାଇଁ ଅଗଷ୍ଟ ୧୦ ତାରିଖ ୨୦୨୧ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସମୟ ସୀମା ସ୍ଥିର କରିଛନ୍ତି l ଇଛୁକ ଆବେଦନକାରୀ ଅଧିକାରୀକ ସାଇଟ neet.nta.nic ରେ ଯାଇ ଡିଟେଲ ନୋଟିସ ଯାଞ୍ଚ କରି ପାରିବେ ଓ ବର୍ଦ୍ଧିତ ସମୟ ସୀମା ମଧ୍ୟରେ ଆବେଦନ କରି ପାରିବେ l
NTA ଦ୍ୱାରା ଏହି ଘୋଷଣା ଆଡ଼ମିସନ ପାଇଁ ଇଛୁକ ସେହି ପାର୍ଥି ମାନଙ୍କ ପାଇଁ କରାଯାଇଛି , ଯିଏ କି କୌଣସି କାରଣ ବଶତଃ NEET ୨୦୨୧ ପାଇଁ ଆବେଦନ କରି ପରି ନାହାନ୍ତି l ବର୍ତମାନ ଏହି ପାର୍ଥୀମାନେ ବଢ଼ା ଯାଇଥିବା ସମୟ ସୀମା ମଧ୍ୟରେ ଆବେଦନ କରି ପାରିବେ l ଏହି ବିସ୍ତାରିତ ତିଥି ବିଏସି ଅନର୍ସ ସହିତ ନର୍ସିଙ୍ଗ କୋର୍ସ ରେ ଆଡ଼ମିସନ ପାଇବା ପାଇଁ ଛାତ୍ର ମାନଙ୍କ ପାଇଁ ମଧ୍ୟ ଲାଗୁ ହୋଇଛି l ଏହି ତାରିଖ ସହିତ ଆବେଦନ କରେକସନ ତାରିଖରେ ମଧ୍ୟ ପରିବର୍ତନ କରା ଯାଇଛି l
NEET UG ୨୦୨୧ – ନୂଆ ସିଡ୍ୟୁଲ
NEET UG ୨୦୨୧ ଆବେଦନ ର ଶେଷ ତାରିଖ – ଅଗଷ୍ଟ ୧୦ ତାରିଖ ୨୦୨୧ ,ସମୟ ସୀମା ସନ୍ଧ୍ୟା ୫ଟା
NEET UG ୨୦୨୧ ଆବେଦନ ପାଇଁ ରାଶି ଯମା କରିବାର ଅନ୍ତିମ ତାରିଖ – ଅଗଷ୍ଟ ୧୦ ତାରିଖ ,ସନ୍ଧ୍ୟା ୫ଟା
ଆବେଦନ ଫର୍ମ କରେକସନ ର ସମୟ ସୀମା – ଅଗଷ୍ଟ ୧୧ ତାରିଖ ର ଅଗଷ୍ଟ ୧୪ ତାରିଖ ୨୦୨୧ ପର୍ଯ୍ୟନ୍ତ
ପାର୍ଥୀମାନେ ଧ୍ୟାନ ଦେବା ଆବଶ୍ୟକ ଯେ ଆବେଦନ ଫର୍ମ ରେ କରେକସନର ବିକଳ୍ପ କେବଳ ଅପସନାଲ ରହିବା ଉଚିତ l ସେମାନେ ଏହାର ସୁବିଧା ଉଠାଇ ପାରିବେ ଓ ନିଜର ଦେଇଥିବା ତଥ୍ୟକୁ ଠିକ କରିପାରିବେ l
DGHS ଙ୍କ ଅନୁମୋଦନ କ୍ରମେ ନିଆଗଲା ଏହି ନିଷ୍ପତି
NTA ଏହି ନିଷ୍ପତି ସ୍ୱାସ୍ଥ୍ୟ ବିଜ୍ଞାନ ମହାନିର୍ଦେଶାଳୟ ଓ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁମୋଦନ କ୍ରମେ ନିଆଯାଇଛି l ଏହା NEET UG ୨୦୨୧ ରେଜଲ୍ଟ ସମ୍ବନ୍ଧରେ କରା ଯାଇଥିଲା l ଏହି ପରିଣାମ ର ଉପଯୋଗ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନ୍ୟ ସଂସ୍ଥା ଦ୍ୱାରା ତାଙ୍କର ସମ୍ବନ୍ଧିତ ମାନଦଣ୍ଡ ଅନୁସାରେ କରା ଯାଇପାରେ l ଏହି ପରିଣାମ ର ଉପଯୋଗ ବିଏସି ଅନର୍ସ ଥିବା ପାର୍ଥି ନର୍ସିଂ ପ୍ରବେଶ ପାଇଁ ମଧ୍ୟ ଆବେଦନ କରି ପାରିବେ l
Comments are closed.