ଦୁହିଁଙ୍କ ମଧ୍ୟରେ କିଏ ଅଧିକ ଶକ୍ତିଶାଳୀ ? କାହା ପାଖରେ ଅଧିକ ସମ୍ପତି ? ଶରତ ପାୱାର ଓ ଅଜିତ ପାୱାର ଉଭୟ ଙ୍କ ମଧ୍ୟରେ କିଏ ଅଧିକ ପଇସା ବାଲା ? NCP ହୋଇ ସାରିଛି ୨ ଫାଳ l NCP ଅଧ୍ୟକ୍ଷ ଶରତ ପାୱାର ଙ୍କ ପୁତୁରା ଅଜିତ ପାୱାର ଦଳ ସହିତ କଲେ ବିଶ୍ୱାସ ଘାତକତା l ଅଜିତ ଙ୍କ ପଛରେ ତାଙ୍କ ସମର୍ଥକ ମାନେ ମଧ୍ୟ ଛାଡିଛନ୍ତି ଦଳ l ଏଥି ସହିତ ଅଜିତ ପାୱାର ଡେପୁଟି ସିଏମ ପଦବୀ ଗ୍ରହଣ କରି ସାରିଛନ୍ତି ଏବଂ ତାଙ୍କ ସମର୍ଥନ ମାନଙ୍କୁ ମନ୍ତ୍ରୀ ପଦ ମିଳି ସାରିଛି l ଏହି NCP ଅଧକ୍ଷ ଙ୍କ ପାଇଁ କୌଣସି ବଡ଼ ଝଟକା ଠାରୁ ମଧ୍ୟ କମ ନଥିଲା l
ଆସନ୍ତୁ ଜାଣିବା ମହାରାଷ୍ଟ୍ର ର ଏହି ୨ ଦିଗଜ ନେତା ଙ୍କ କେତେ ରହିଛି ଧନ ସମ୍ପତ୍ତି l ଅର୍ଥାତ ଏହି ଦୁଇ ନେତା ଙ୍କ ନିକଟରେ କେତେ ରହିଛି ମନୀ ପାୱାର l
ପ୍ରଥମେ ଜାଣିବା NCP ସୁପ୍ରିମୋ ଶରତ ପାୱାର ଙ୍କ ବିଷୟରେ , ଯିଏ କି ରାଜ୍ୟ ସଭାର ସାଂସଦ ଅଟନ୍ତି l ଯିଏ କି ୨୦୨୦ ରେ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ନିଜ ସମ୍ପତି ର ବିବୃତି ଦେଇଥିଲେ l ସେହି ଅନୁସାରେ ଦେଖିବାକୁ ଗଲେ ଶରତ ପାୱାର ଙ୍କ ନିକଟରେ ୩୨ କୋଟି , ୭୩ ଲକ୍ଷ , ୬୭ ହଜାର , ୨୬୯ ଟଙ୍କା ର ଅଚଳା ଚଳ ସମ୍ପତି ରହିଛି l ଯେଉଁଥିରେ ତାଙ୍କ ନିକଟରେ ୨୫ କୋଟି , ୨୧ ଲକ୍ଷ , ୩୩ ହଜାର ,୩୨୦ ଚଳ ସମ୍ପତି ଥିବା ବେଳେ ୭ କୋଟି , ୫୨ ଲକ୍ଷ , ୩୩ ହଜାର ୯୪୧ ଟଙ୍କାର ଅଚଳ ସମ୍ପତି ରହିଛି l
ଅଜିତ ପାୱାର ଙ୍କର ୨୦୧୯ ର ସମ୍ପତି ବିବୃତି ଅନୁସାରେ ୭୫ କୋଟି , ୪୮ ଲକ୍ଷ , ୫୧ ହଜାର , ୦୬୭ ଟଙ୍କାର ସମ୍ପତି ରହିଛି l ଯେଉଁ ଅନୁସାରେ ତାଙ୍କ ନିକଟରେ ୨୩ କୋଟି , ୭୩ ଲକ୍ଷ , ୪୧ ହଜାର , ୯୫୧ ଟଙ୍କାର ସମ୍ପତି ଚଳ ସମ୍ପତି ରହିଛି ଓ ଯେବେକି ୫୧ କୋଟି , ୭୫ ଲକ୍ଷ , ୯ ହଜାର ୧୧୬ ଟଙ୍କାର ଅଚଳ ସମ୍ପତି ରହିଛି l
ଶରତ ପାୱାର ବ୍ୟକ୍ତିଗତ ଲୋନ ଭାବରେ ୭ କୋଟି , ୪୫ ଲକ୍ଷ ୮୪ ହଜାର ଟଙ୍କା ଦିଆ ଯାଇଥାଏ l
