ନୂଆଦିଲ୍ଲୀ : ଚାକିରୀ ବଦଳରେ ଜମି ଘୋଟାଲାକୁ ନେଇ ଲାଲୁଙ୍କ ପରିବାରର ଅସୁବିଧା ବଢି ଯାଇଛି l ଏହି ମାମଲାରେ ଆରଜେଡି ପ୍ରମୁଖ ଓ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱି ଯାଦବ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡି ଦେବୀ ଙ୍କ ବିରୋଧ ରେ ଯାଞ୍ଚ ଆରମ୍ଭ ହୋଇ ସାରିଛି l ବର୍ତମାନ ସିବିଆଇ ଏହି ୩ଜଣ ଙ୍କ ବିରୁଦ୍ଧରେ ଆରୋପ ପତ୍ର ଦାୟର କରିଛି l ମିଳିଥିବା ସୂଚନା ଅନୁସାରେ ସିବିଆଇ ପକ୍ଷରୁ ବିହାର ଡେପୁଟି ସିଏମ , ଲାଲୁ ଯାଦବ ଓ ରାବିଡି ଦେବୀ ଙ୍କ ବିରୁଦ୍ଧରେ ଚାକିରୀ ବଦଳରେ ଜମି ଘୋଟଲା ର ଆରୋପ ପତ୍ର ଦାଖଲ କରିଛି l କିନ୍ତୁ ସିବିଆଇ ପକ୍ଷରୁ ଦାୟର ହୋଇଥିବା ଏହି ଆରୋପ ପାତ୍ରରେ ବର୍ତମାନ କୌଣସି ଶୁଣାଣି ତାରିଖ ଦିଆଯାଇ ନାହିଁ l
ବିହାରର ଏହି ଘୋଟଲା ୧୪ବର୍ଷ ତଳର ଅଟେ l ସମୀକରଣ ଏହିଭଳି କେନ୍ଦ୍ରରେ ୟୁପିଏ ସରକାର ଥିଲା ଓ ଲାଲୁ ଯାଦବ ରେଳ ମନ୍ତ୍ରୀ ଥିଲେ l ଏହି ମାମଲାରେ ୧୮ ମଇ ୨୦୨୨ ରେ ସିବିଆଇ କେଶ ଦର୍ଜ କରିଥିଲା l ସିବିଆଇ ପକ୍ଷରୁ କୁହାଯାଇଛି ଯେ ପ୍ରଥମେ ଲୋକ ମାନଙ୍କୁ ରେଳବାଇ ରେ ଗ୍ରୁପ ଡି ପଦବୀ ରେ ସବଷ୍ଟିଚ୍ୟୁଟ ଭାବରେ ଭର୍ତି କରାଯାଇ ଥିଲା ଓ ଯେତେବେଳେ ଜମି ଦିଆଯାଇଥିଲା ସେମାନଙ୍କୁ ରେଗୁଲାର କରାଯାଇ ଥିଲା l ସିବିଆଇ ପକ୍ଷରୁ କୁହାଯାଇଛି ଯେ ସେହି ସମୟରେ ଏଭଳି କୌଣସି ଚାକିରୀ ପାଇଁ ବ୍ୟଜ୍ଞାପନ ମଧ୍ୟ ବାହାରି ନଥିଲା l କିନ୍ତୁ ଯେଉଁ ପରିବାରର ଲୋକେ ଲାଲୁଙ୍କ ପରିବାର କୁ ଜମି ଦେଇଥିଲେ, ସେମାନଙ୍କ ପରିବାର ସଦସ୍ୟ ଙ୍କୁ ମୁମ୍ବାଇ, ଜବଲପୁର, କଲିକତା, ଜୟପୁର ଓ ହାଜିପୁର ରେ ନିଯୁକ୍ତି ଦିଆଯାଇଛି l
ସିବିଆଇ ର ସୂଚନା ଅନୁସାରେ ଯେତେବେଳେ ଲାଲୁ ଯାଦବ ରେଳ ମନ୍ତ୍ରୀ ଥିଲେ ଗ୍ରୁପ ଡି ର ସବଷ୍ଟିଚ୍ୟୁଟ ଭାବରେ ଭର୍ତି କରାଇବା ପାଇଁ ଜମି ନେଇଥିଲେ l ED ପକ୍ଷରୁ କୁହାଯାଇଛି ଯେ ଉକ୍ତ ବ୍ୟକ୍ତି ମାନଙ୍କର ରେଳବାଇ ରେ ଭାରତ ପାଇଁ ଖୁବ ଦ୍ରୁତ ପଦକ୍ଷେପ ମଧ୍ୟ ନିଆଯାଇ ଥିଲା l
