Odisha news

ବର୍ତମାନ ମଧ୍ୟ ସରିନାହିଁ ମହାରାଷ୍ଟ୍ରର ମହାଭାରତ : ଜୁଲାଇ ୫ତାରିକ ରେ ଦାଦା – ପୁତୁରା ଡାକିଛନ୍ତି ଅଲଗା ଅଲଗା ଦଳର ବୈଠକ

0

ନୂଆଦିଲ୍ଲୀ : ବର୍ତମାନ ଦେଶର ରାଜନୀତି ମହାରଷ୍ଟ୍ରକୁ ନେଇ ଗରମ ରହିଛି l ରବିବାର ଦିନ ଯାହାସବୁ ଘଟି ଯାଇଛି ତାର ଅଡୁଆ ସୁତା ବର୍ତମାନ ମଧ୍ୟ ଛିଡି ନାହିଁ l ଅଜିତ ପାୱାର ତାଙ୍କ ଦାଦା ଶରତ ପାୱାର ଙ୍କୁ ଝଟକା ଦେଇ NCP ର ଅନେକ ବିଧାୟକ ଙ୍କୁ ନିଜର ସମର୍ଥନ ରେ ଏକାଠି କରି ନେଇଛନ୍ତି ଓ ସିନ୍ଧେ ସରକାରରେ ସିଧାସଳଖ ଡେପୁଟି ସିଏମ ଭାବରେ ଶାମିଲ ହୋଇଛନ୍ତି l ବର୍ତମାନ ମହାରାଷ୍ଟ୍ରର ନୂଆ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର ମୁମ୍ବାଇ ରେ ନୂଆ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (NCP ) କାର୍ଯ୍ୟାଳୟ ର ଉଦ୍ଘାଟନ କରିବା ପାଇଁ ସମ୍ପୂର୍ଣ ପ୍ରସ୍ତୁତ ଅଛନ୍ତି l ଏହି କାରଣରୁ ମହାରାଷ୍ଟ୍ରର ନୂଆ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଜୁଲାଇ ୫ତାରିଖ ରେ NCP ର ସମସ୍ତ ଏମପି, ଏମଏଲଏ, ଏମଏଲସି, ଦଳର ଜିଲ୍ଲା ପ୍ରମୁଖ ଓ ରାଜ୍ୟ ପ୍ରମୁଖ ଙ୍କୁ ବାନ୍ଦ୍ରା ଠାରେ ବୈଠକ ପାଇଁ ନିମନ୍ତ୍ରଣ କରିଛନ୍ତି l

ଏହି ସମୟରେ NCP ର ବର୍ତମାନ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶରଦ ପାୱାର ମଧ୍ୟ ସମସ୍ତ ଡେଲିଗେଟ୍ସ ମାନଙ୍କର ବୈଠକ ଡାକିଛନ୍ତି l ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଶରଦ ପାୱାର ଓ ଅଜିତ ପାୱାର ଦଳ ବୁଧବାର ଦିନ କ୍ରମଶଃ ଦକ୍ଷିଣ ମୁମ୍ବାଇ ର ଯଶବନ୍ତରlଓ ଚହ୍ୱାନ କେନ୍ଦ୍ର ଓ ଉପନଗରୀୟ ବାନ୍ଦ୍ରା ରେ ଭୁଜବଳ ନଲେଜ ସିଟି ରେ ନିଜର ଅଲଗା ଅଲଗା ବୈଠକ କରିବେ l ଉଭୟ ଦଳ ର ପଦାଧିକାରୀ ମାନେ ସୂଚନା ଦେଇଛନ୍ତି ଯେ ଶରଦ ପାୱାର ନିଜ ଦଳର ସଦସ୍ୟ ମାନଙ୍କର ବୈଠକ ବୁଧବାର ଦିନ ଡାକିଛନ୍ତି l ଯେବେକି ଅଜିତ ପାୱାର ନିଜ ଦଳର ସଦସ୍ୟଙ୍କ ବୈଠକ ବୁଧବାର ୧୧ ଟା ସମୟରେ ଡ଼କାଇଛନ୍ତି l ଉଭୟ ଦଳ ଦାବି କରିଛନ୍ତି ଯେ ସେମାନଙ୍କୁ ଅଧିକାଂଶ ବିଧାୟକ ଙ୍କ ସମର୍ଥନ ରହିଛି l

ଅଜିତ ପାୱାର ନିଜ ବକ୍ତବ୍ୟ ରେ କହିଛନ୍ତି ଯେ ସେ ରାଜ୍ୟର ସୁବିଧା ପାଇଁ ଏନଡିଏ ରେ ସାମିଲ ହୋଇଛନ୍ତି l ଯେତେବେଳେ ତାଙ୍କୁ ପଚାର ଯାଇଥିଲା ଦଳର ରାଷ୍ଟ୍ରୀୟ ଅଧକ୍ଷ କିଏ ହେବ ? ସେ ଏହାର ଉତର ରେ କହିଥିଲେ ଯେ କଣ ଆପଣ ଭୁଲିଗଲେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶରଦ ପାୱାର ଅଟନ୍ତି l ଅଜିତ ପାୱାର କହିଥିଲେ ଯେ ମୁଁ ମହାରାଷ୍ଟ୍ରରେ NCP କୁ ମଜବୁତ କରିବି l ମୁଁ ସମସ୍ତ ବିଧାୟକ ଓ ଜିଲ୍ଲା ପରିଷଦ ନେତା ମାନଙ୍କର ବୈଠକ ଡାକିଛି l

Nalco
Leave A Reply