Odisha news

NCP ଦୁଇଫାଳ ହେବାପରେ କଂଗ୍ରେସ ଓ ଉଦ୍ଧବ ଠାକରେ ଶରଦ ପାୱାର ଙ୍କୁ ନେଇ ସଫା ସଫା ରଖିଛନ୍ତି ନିଜର ମତ

0

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ NCP ନେତା ଅଜିତ ପାୱାର ଜୁଲାଇ ୧ ତାରିଖ ଦିନ ସିନ୍ଧେ ସରକାରରେ ସାମିଲ ହୋଇ ଉପମୁଖ୍ୟମନ୍ତ୍ରୀ ପଦବୀ ଗ୍ରହଣ କରିବା ପରେ ତାଙ୍କ ଦଳ ଓ ମହାବିକାଶ ଦଳ କୁ ନେଇ ପ୍ରଶ୍ନ ଉଠିଛି l NCP ଦୁଇଫାଳ ହେବା ପରେ ମହାବିକାଶ ଦଳରେ ଶାମିଲ ଥିବା କଂଗ୍ରେସ ଓ ଶିବସେନା ନିଜ ନିଜର ମତ ସଫା ସଫା ରଖିଛନ୍ତି l ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଙ୍କ ବୟାନ ରୁ ତାଙ୍କର ଆଗାମୀ ପ୍ଲାନ ବିଷୟରେ ଜାଣି ହୋଇଛି l ମଙ୍ଗଳବାର ଦିନ ଉଦ୍ଧବ ଠାକରେ ଙ୍କ ବାସଭବନ ମାତୋଶ୍ରୀ ରେ ଗୋଟିଏ ବୈଠକ ହୋଇଥିଲା, ଯେଉଁଥିରେ ନିଷ୍ପତି ନିଆଯାଇ ଥିଲା ଶିବସେନା ୟୁବିଟି ରେ ସାମଲ ରହିବ l ଦଳର ନେତା ଅନନ୍ତ ଗୀତେ କହିଛନ୍ତି ଉଦ୍ଧବ ଠାକରେ ସମ୍ପୂର୍ଣ ମହାରାଷ୍ଟ୍ର ର ଭ୍ରମଣ କରିବେ l

ଇତି ମଧ୍ୟରେ ମହାରାଷ୍ଟ୍ରର କଂଗ୍ରେସ ଅଧ୍ୟକ୍ଷ ନାନା ପଟେଲ ଓ ଦଳର ଅନ୍ୟ ନେତା ମୁମ୍ବାଇ ର ୱାବି ଚହ୍ୱାନ ସେଣ୍ଟର ରେ ଶରଦ ପାୱାର ଙ୍କ ସହିତ ସାକ୍ଷାତ ମଧ୍ୟ କରିଛନ୍ତି l ନାନା ପଟେଲ ନିଜ ବକ୍ତବ୍ୟ ରେ କହିଛନ୍ତି ଯେ ‘ମହାରାଷ୍ଟ୍ରରେ ଆମେ ସମସ୍ତ ମିଳିତ ଭାବରେ ଗୋଟିଏ ଗସ୍ତ କରିବାର ନିଷ୍ପତି ନେଇଛୁ l ଆମର ନିଷ୍ପତି ରହିଛି ଯେ ବିଜେପି ଭଳି ତାନାସାହା ଶାସକ କୁ ସମୂଳେ ଧ୍ବଂସ କରିବୁ l ‘

କଂଗ୍ରେସ ନେତା ଵାଲାସାହେବ ଥୋରାଟ କହିଛନ୍ତି ଯେ ‘ ଯେଉଁ ମାନଙ୍କ ନିକଟରେ ଜନତାଙ୍କ ସମର୍ଥନ ରହିଥାଏ ସେମାନେ ସବୁବେଳେ ମଜବୁତ ହୋଇ ଥାଆନ୍ତି l ମହାରାଷ୍ଟ୍ର ଜନସାଧାରଣ ଆମ ସହିତ ରହିଛନ୍ତି l ‘

ସୂଚନା ଯୋଗ୍ୟ ଯେ ଅଜିତ ପାୱାର ଙ୍କ ଇସ୍ତଫା ପରେ ମହାରାଷ୍ଟ୍ର ବିଧାନସଭା ରେ ନେତା ପ୍ରତିପକ୍ଷ ପଦବୀ ପାଇଁ ଶରଦ ପାୱାର NCP ର ବିଧାୟକ ଜିତେନ୍ଦ୍ର ଅହ୍ୱାଡ଼ ଙ୍କୁ ନିଯୁକ୍ତି ଦେଇଥିଲେ , କିନ୍ତୁ ବର୍ତମାନ କଂଗ୍ରେସ ମଧ୍ୟ ଏହି ପଦବୀ ପାଇଁ ଆଶାୟୀ ଅଛି l ଇତି ମଧ୍ୟରେ କଂଗ୍ରେସ ଦଳର ଗୋଟିଏ ବୈଠକ ହୋଇ ସାରିଛି ଯେଉଁଥିରେ ପଦବୀ ର ଦାବିଦାର ହେବା ପାଇଁ ଚର୍ଚା ହୋଇଛି l ବର୍ତମାନ କଂଗ୍ରେସ ନିକଟରେ ମହାରାଷ୍ଟ୍ରରେ ୪୫ ଜଣ ବିଧାୟକ ରହିଛନ୍ତି l ଦେଖାଯାଉ ଏହି ୟୁବିଟି ର ଏହି ନୀତି କେଉଁ ଆଡକୁ ଯାଉଛି l ଏହାକୁ ନେଇ ସମସ୍ତଙ୍କ ନଜର ରହିଛି l

Nalco
Leave A Reply