Odisha news

ବାହାହେବେ ନୟନତାରା

0

ଲୋକପ୍ରିୟ ସାଉଥ୍‌ ହିରୋଇନ୍‌ ନୟନତାରା ଆଜିକାଲି ସୋସାଲ ମିଡ଼ିଆରେ ବିଶେଷକରି ଇନ୍‌ଷ୍ଟାଗାମ୍‌ରେ ନୂଆ ନୂଆ ଅବତାରରେ ଦେଖାଦେଉଛନ୍ତି । ୨୦୦୩ରେ ମାଲାୟାଲମ ଫିଲ୍ମରୁ ଡେବୁ୍ୟ କରିଥିବା ଏହି ସୁନ୍ଦରୀ ଅଭିନେତ୍ରୀ ତାମିଲ ଓ ତେଲୁଗୁ ଇଣ୍ଡଷ୍ଟ୍ରୀକୁ ବହୁ ହିଟ୍‌ ଫିଲ୍ମ ଦେଇ ବକ୍ସଅଫିସ୍‌ କୁଇନ୍‌ ହୋଇଥିଲେ । ଚଳିତବର୍ଷ ନୟନତାରା ଓ ନିର୍ଦ୍ଦେଶକ ବିଗ୍ନେଶ ଶିବନ ଏକତ୍ର ଓନବ ପର୍ବ ପାଳିଥିବାର ଫଟୋ ଇନ୍‌ଷ୍ଟା ମାଧ୍ୟମରେ ମିଳିଛି । ଏବେ ଦୁହେଁ କୋଚିରେ ରହୁଛନ୍ତି । ବିଗ୍ନେଶ ଓ ନୟନତାରାଙ୍କ ପ୍ରଥମ ଭେଟଘାଟ ହୋଇଥିଲା ୨୦୧୫ ମସିହାର ଫିଲ୍ମ ନାନୁନ୍‌ ରାଉଡିଧାନ୍‌ ଫିଲ୍ମ ସେଟ୍‌ରେ । ଏହାର ନିର୍ଦ୍ଦେଶନା ଦେଇଥିଲେ ବିଗ୍ନେଶ, ଲିଡ୍‌ ରୋଲ୍‌ରେ ଥିଲେ ନୟନତାରା । ଖୁବ୍‌ଶୀଘ୍ର ଦୁହେଁ ପ୍ରେମପାସରେ ବାନ୍ଧିହୋଇଗଲେ । ଗତବର୍ଷ ନୟନତାରା ବିଗ୍ନେଶଙ୍କୁ ଏକ ଇଭେଣ୍ଟରେ ତାଙ୍କ ଭାବୀ ପତି ବୋଲି ଘୋଷଣା କରିଥିବାରୁ ଦୁହିଁଙ୍କ ନିର୍ବନ୍ଧ ସରିଥିବା ସମସ୍ତେ ବିଶ୍ୱାସ କରୁଛନ୍ତି । ଚଳିତବର୍ଷ ରିଲିଜ୍‌ ହୋଇଥିବା ଦରବାର ନୟନତାରାଙ୍କ ଶେଷ ଫିଲ୍ମ । ଏଥିରେ ସୁପର୍‌ଷ୍ଟାର୍‌ ରଜନୀକାନ୍ତ ମଧ୍ୟ ଅଭିନୟ କରିଛନ୍ତି ।

Leave A Reply