Odisha news

ଓଡ଼ଗାଁ ଶ୍ରୀରଘୁନାଥ ଜୀଉଙ୍କ ଯୁଦ୍ଧଯାତ୍ରା ନୀତୀ ସଂପନ୍ନ କରୋନା ରୂପୀ ରୋଗଭୟରୁ ଉଦ୍ଧାର ପାଇଁ ଶ୍ରୀଜୀଉଙ୍କ ନିକଟରେ ପୂଜକ ସମାଜ ର ପ୍ରାର୍ଥନା

0

ନୟାଗଡ଼: ଅନନ୍ତକୋଟିବ୍ରହ୍ମାଣ୍ଡନାୟକ ଭଗବାନ ଶ୍ରୀରାମ ମହାପ୍ରତାପୀ ରାବଣ ର ପାପ ବିନାଶ କରି ଜଗଦ୍ଦ୍ମାତା ସୀତାଠାକୁରାଣୀଙ୍କୁ ଉଦ୍ଧାର କରିଥିଲେ । ସେହିପରି କରୋନା ରୂପୀ ରୋଗ ତ୍ରାସରୁ ଜଗତଜନଙ୍କୁ ଉଦ୍ଧାର ନିମନ୍ତେ ଓଡ଼ଗାଁ ଶ୍ରୀରଘୁନାଥ ଜୀଉଙ୍କ ମନ୍ଦିର ପୂଜକସମାଜ ପ୍ରଭୁଙ୍କ ନିକଟରେ ଆତ୍ମନିବେଦନ କରିଛି । ରାମାୟଣ ପ୍ରସଙ୍ଗକ୍ରମରେ ଶ୍ରୀଜୀଉଙ୍କ ନବମୀ ଉତ୍ସବ ର ଯୁଦ୍ଧଯାତ୍ରା ପର୍ବ ଶନିବାର ପାଳିତ ହୋଇଛି । ପାରମ୍ପରିକ ରିତୀ ନୀତୀ ମଧ୍ୟରେ ଶ୍ରୀଜୀଉ ଲଙ୍କାକଟକ ବିଜୟ ଓ ଯୁଦ୍ଧଯାତ୍ରା କରି ଜଗଦ୍ଦ୍ମାତା ସୀତା ଠାକୁରାଣୀଙ୍କୁ ଉଦ୍ଧାର କରିଛନ୍ତି । ରବିବାର ଦିନ ମହାପ୍ରଭୁଙ୍କ ରାଜାଭିଷେକ ପର୍ବ ଅନୁଷ୍ଠିତ ହେବ । କଳି କଳୁଷ ସଂହାରଣ ପାଇଁ ଯୁଗେ ଯୁଗେ ଭକ୍ତବତ୍ସଳ ଭଗବାନ ପ୍ରକଟ ହୋଇଛନ୍ତି । ଏହି ବିଶ୍ୱାସରେ କରୋନା ରୂପକ ରୋଗଭୟରୁ ବିଶ୍ୱବାସୀଙ୍କୁ ରକ୍ଷା କରିବା ଲାଗି ଶ୍ରୀରଘୁନାଥ ଜୀଉ ସେବକ ସମାଜ ପ୍ରଭୁଙ୍କ ନିକଟରେ ଆତ୍ମନିବେଦନ କରିଥିବା ଗିରୀଶ ଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି ।

Leave A Reply