କରୋନା ସଂକ୍ରମଣ ଭୟ: ପଣା ସଂକ୍ରାନ୍ତି ଓ ଝାମୁ ଯାତ୍ରାକୁ ଦୃଷ୍ଟିରେ ରଖି ଝଙ୍କଡ ସ୍ଥିତ ମା ଶାରଳା ମନ୍ଦିରରେ ୧୪୪ ଧାରା ଜାରି କଲେ ଜିଲ୍ଲାପାଳ
ଜଗତସିଂହପୁର୧୧ା୪(ସବ୍ୟୁ):ତିର୍ତ୍ତୋଲ ତହସିଲ ଝଙ୍କଡ ସ୍ଥିତ ମା ଶାରଳା,ବାଲିକୁଦା ତହସିଲ ଅଞ୍ଚଳ ପରାହାଟ ମା ଭଗବତୀଙ୍କ ମନ୍ଦିର ସମେତ ଜିଲ୍ଲାର ବହୁ ଦେବାଦେବୀ ମନ୍ଦିରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି ।କରୋନା ଭୁତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରସାସନ ପକ୍ଷରୁ ଏହି ଧାରା ଜାରି କରାଯାଇଛି ।ମହାବିଷୁବ ପଣା ସଂକ୍ରାନ୍ତିରେ ଝାମୁଯାତ୍ରାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ଜାରି କରାଯାଇଛି ବୋଲି ସୁଚନା ଦିଆଯାଇଛି । ଆସନ୍ତା ୧୩ ତାରୀକରେ ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡିଆ ନବ ବର୍ଷ ।ଏହି ପଣା ସଂକ୍ରାନ୍ତିରେ ମା ଶାରଳାଙ୍କ ପୀଠରେ ଅନୁଷ୍ଠିତ ହୋଇଥାଏ ପ୍ରସିଦ୍ଧ ଝାମୁଝାତ୍ରା ।ଏହି ଝାମୁଯାତ୍ରା ଦେଖିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଏହି ଶକ୍ତି ପୀଠକୁ ଛୁଟିଥାଏ ।ପ୍ରାୟ ଏକ ମାସ ଧରି ମାଙ୍କ ଘଟ ସେବକମାନେ ଗାଁ ଗାଁ ବୁଲି ମା ଶାରଳାଙ୍କ ମହିମା ପ୍ରଚାର କରିଥାନ୍ତି ।ସେହି ଘଟ ସେବକମାନେ ଏହି ପଣା ସଂକ୍ରାନ୍ତିରେ ଅନୁଷ୍ଠିତ ଝାମୁରେ ନିଅାଁରେ ଚାଲି ସେମାନଙ୍କ ପରାକାଷ୍ଠା ଦେଖାଇଥାନ୍ତି ।ଏହାକୁ ଦେଖିବାକୁ ବହୁ ଜନସମାଗମ ହୋଇଥାଏ ।ମାତ୍ର ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ଶକ୍ତି ପୀଠ ସମେତ ଜିଲ୍ଲାର ବହୁ ଦେବାଦେବୀ ମନ୍ଦିରରେ ୧୪୪ ଧାରା ଲାଗୁ କରିଥିବାରୁ ଏହି ଝାମୁଝାତ୍ରା ଏକ ପ୍ରକାର ବନ୍ଦ ହେବା ନିଶ୍ଚିତ ବୋଲି ମନ୍ଦିର ସେବାୟତ ଉଦୟନାଥ ରାଉଳ,ତପନ ରାଉଳ,ପ୍ରମୋଦ କୁମାର ରାଉଳ,ଅଶୋକ କୁମାର ରାଉଳ ପ୍ରମୁଖ ସେବାୟତମାନେ କହିଛନ୍ତି ।ଅନ୍ୟ ପଟରେ କରୋନା ସଂକ୍ରମଣର ଭୟାଭୟତାକୁ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ପରିସରରେ ବ୍ୟାପକ କଟକଣା କରାଯାଇଛି ।କଟକଣା ଯୋଗୁ ମନ୍ଦିରକୁ କେହି ଭକ୍ତ ଆସୁନାହାନ୍ତି ।ମନ୍ଦିର ପ୍ରଶାସନ ନିଦେ୍ଦର୍ଶ ଅନୁସାରେ ପାଳିଆ ସେବକ ମାନେ ପାଳି କରି ମାଙ୍କ ପ୍ରତ୍ୟେହ ଯଥାରିତୀ ନିତୀ ସଂପାଦନ କରୁଛନ୍ତି ।ବର୍ଷକରେ ଥରେ ଏହି ଝାମୁ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ମା ନିଜର ପୁରୁଣା ମନ୍ଦିର ନିକଟ ତଥା ଝାମୁ ସ୍ଥଳ ନଣ୍ଡା ଦେଉଳ ନିକଟକୁ ବିରାଟ ପଟୁଆରରେ ଯାଇଥାନ୍ତି ।ମାତ୍ର ଚଳିତ ବର୍ଷ କରୋନା ପାଇଁ ୧୪୪ ଦାରା ଜାରି ହୋଇଥିବା ବେଳେ ଝାମୁ ବନ୍ଦ ହେବାକୁ ଯାଉଛି ।ଯଦି ପ୍ରଶାସନ ଅନୁମତି ପ୍ରଦାନ କରନ୍ତା ତେବେ ମା ଏହି ବିପଦ ସମୟରେ ବାହାରକୁ ବାାସିଲେ ମଣିଷ ସମାଜ କରୋନାରୁ ମୁକ୍ତି ପାଇପାରନ୍ତା ବୋଲି କିଛି ସେବାୟତ ଜିଲ୍ଲା ପ୍ରସାସନକୁ ନିବେଦନ କରିଛନ୍ତି ।ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶାରଳାଙ୍କ ପୀଠରେ ଅନୁଷ୍ଠିତ ଝାମୁ ଯାତ୍ରା ଉପରେ ରୋକ ଲଗାଇବା ସହିତ ପରାହାଟ ସ୍ଥିତ ମା ଭଗବତୀ ମନ୍ଦିର,ରାମଘାଟ ହନୁମାନ ମନ୍ଦି.ନୂଆ ବଜାର ତାରେଣୀ ମନ୍ଦିର,ପାରାଦ୍ୱୀପ ଷଣ୍ଢକୁଦ କାଳି ମନ୍ଦିର,ନାଉଗାଁ ସ୍ଥିତ ଗାରୋଇ ଶ୍ରୀ ଜଗନ୍ନାଥ ମନ୍ଦିର ଓ ବିରିଡି ସ୍ଥିତ ଧ୍ୟାନକୁଦ ଜଗନ୍ନାଥ ମନ୍ଦିରରେ ୧୪୪ ଧାରା ଜାରି କରିଛନ୍ତି ।ଏହି ୧୪୪ ଧାରା ୧୨ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି ।