Odisha news

ନୟାଗଡ଼ : ଓଡ଼ଗାଁରେ ଶ୍ରୀଜୀଉଙ୍କ ନବମୀ ଉତ୍ସବ ମନ୍ଦିର ମଧ୍ୟରେ ସମସ୍ତ ଦେବନୀତୀ ସହ ଗଙ୍ଗାପାର ବେଶ ଅନୁଷ୍ଠିତ

0

ନୟାଗଡ଼: ମର୍ଯ୍ୟଦାପୁରୁଷୋତ୍ତମ ଭଗବାନଙ୍କ ଶ୍ରୀରାମଙ୍କ ପାବନ କ୍ଷେତ୍ର ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ଶ୍ରୀରାମନବମୀ ଉତ୍ସବ ପାଳିତ ହେଉଛି । ମହାମାରି କରୋନା ସତର୍କତା ଦୃଷ୍ଟିରୁ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶ ମନା ରହିଥିଲେ ମଧ୍ୟ ଶ୍ରୀ ଜୀଉଙ୍କ ସମସ୍ତ ଦେବନୀତୀ ମନ୍ଦିର ମଧ୍ୟରେ ସଂପନ୍ନ କରାଯାଉଛି । ଶନିବାର ଅହଲ୍ୟା ଉଦ୍ଧାରଣ ଓ ରବିବାର ସନ୍ଧ୍ୟାରେ ଶ୍ରୀରଘୁନାଥ ଜୀଉଙ୍କ ଗଙ୍ଗାପାର ବେଶ ଅନୁଷ୍ଠିତ ହୋଇଛି ।
ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶ୍ରୀରଘୁନାଥ ପୀଠ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ଶ୍ରୀରାମ ନବମୀ ଉତ୍ସବ ପାଳିତ ହେଉଛି । ମହାପ୍ରଭୁ ଶ୍ରୀରଘୁନାଙ୍କ ସମସ୍ତ ଦେବନୀତୀ ମନ୍ଦିର ପରିସର ମଧ୍ୟରେ ଅନୁଷ୍ଠିତ ହେଉଛି । ଚଳିତ ବର୍ଷ କରୋନା ଭୂତାଣୁ ସଂକ୍ରମଣ କାରଣରୁ ଶ୍ରଦ୍ଧାଳୁଙ୍କ ସମାଗମ ବନ୍ଦ ରହିଛି । ସେଥିଲାଗି ମନ୍ଦିର ବାହାରେ ଦେବନୀତୀ ଆୟୋଜନ କରା ନଯାଇ ସମସ୍ତ ରୀତି ନୀତୀ ମନ୍ଦିର ମଧ୍ୟରେ ପାଳନ କରାଯାଉଛି । ଶ୍ରୀରାମନବମୀ ଉତ୍ସବକୁ ପୂଜକ ଓ ସେବାୟତ ମାନେ ପାଳନ କରୁଛନ୍ତି । ନବମୀର ନବଦିନ ସନ୍ଧ୍ୟାବେଶ କ୍ରମରେ ଶ୍ରୀଜୀଉଙ୍କ ପୀଠରେ ଜନ୍ମନାରାୟଣ ବେଶ, ତାଡ଼କା ବଦ୍ଧ, ଅହଲ୍ୟା ଉଦ୍ଧାରଣ ଓ ରବିବାର ଗଙ୍ଗାପାର ବେଶ ଅନୁଷ୍ଠିତ ହୋଇଛି । ପରେ ସିତାବିବାହ ଓ ଅଷ୍ଠାବଧାନ ଆଦି ନୀତୀ ସଂପନ୍ନ କରାଯାଇ ଅପ୍ରେଲ ୧୨ ତାରିଖରେ ଶ୍ରୀଜୀଉଙ୍କ ଅଭିଷେକ ବେଶ ଅନୁଷ୍ଠିତ ହେବ ।

Leave A Reply