Odisha news

ସହିଦଙ୍କୁ ସମ୍ମାନ ପାଇଁ ଚୀନ୍ ସାମଗ୍ରୀ ବର୍ଜନ ଡାକରା

0

ନୟାଗଡ଼, (ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭାରତ – ଚୀନ୍ ସୀମାରେ ସହିଦ ଯବାନଙ୍କ ପ୍ରତି ସମ୍ମାନ ପ୍ରଦାନ କରାଯାଇଛି । ଦୁଇ ଦେଶ ସୀମା ଘଲୱାନା ଘାଟିରେ ଦେଶପାଇଁ ସହିଦ ୨ ଜଣ ଓଡ଼ିଆ ଜବାନଙ୍କ ସହ ସମସ୍ତ ସହିଦଙ୍କ ପ୍ରତି ଲୋକେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଚୀନ୍ ର ଚାଲବାଜି ଲୋକଙ୍କୁ କ୍ରୋଧିତ କରିଛି ।

ସଂପ୍ରତି ଭାରତ – ଚୀନ୍ ସୀମାରେ ସହିଦ ଜବାନଙ୍କ ପାଇଁ ଶରଣକୁଳ, ନୟାଗଡ଼, ଓଡ଼ଗାଁ, କଣ୍ଟିଲୋ, ଗଣିଆଁ ଆଦି ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳୀ ସଭା ଓ ଶେଭାଯାତ୍ରା ଅନୁଷ୍ଠି ହୋଇଛି । ଏଥିରେ ୨ଜଣ ଓଡ଼ିଆ ଜବାନଙ୍କ ସହ ସମସ୍ତ ସହିଦ ଜବାନଙ୍କ ପ୍ରତି ଲୋକେ ସମ୍ମାନ ଜଣାଇଛନ୍ତି ।

ଚାଇନାର ଚାଲବାଜି ଲୋକଙ୍କ ମନରେ କ୍ରୋଧ ସୃଷ୍ଟି କରିଛି । ବିଭିନ୍ନ ସ୍ଥାନରେ ଲୋକେ ଚୀନ୍ ରାଷ୍ଟ୍ରପତି ଜିନ୍ ପିଙ୍ଗଙ୍କ କୁଶପୁତ୍ତଳୀକା ଦାହ କରିଛନ୍ତି । ଚାଇନାରେ ପ୍ରସ୍ତୁତ କୌଣସି ସାମଗ୍ରୀକୁ ଭାରତବାସୀ ବ୍ୟବହାର ନ କରିବାକୁ ସମସ୍ତେ ଡାକରା ଦେଉଥିବା ଦେଖାଯାଇଛି ।
ନିଶିକାନ୍ତ ରଥ

Leave A Reply