ନୟାଗଡ଼ ସହରରେ ଜଣେ ସୁନା ଅଳଙ୍କାର ବ୍ୟବସାୟୀ କରୋନା ଆକ୍ରାନ, ଗ୍ରାହକଙ୍କ ମଧ୍ୟରେ ଭାଳେଣି : ନୟାଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୭
ନୟାଗଡ଼ ; ନୟାଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୭ ହୋଇଛି । ଶୁକ୍ରବାର ଦିନ ନୟାଗଡ଼ ସହରର ଜଣେ ସୁନା ଅଳଙ୍କାର ବ୍ୟବସାୟୀ ଆକ୍ରାନ୍ତ ହୋଇଛନ୍ତି । ସାମାଜିକ ଓ ବ୍ୟବସାୟିକ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣକୁ ନେଇ ଭାଳେଣି ପଡ଼ିଛି । ସେମାନଙ୍କ ମଧ୍ୟରୁ କେତେକଙ୍କୁ ସଂଗରୋଧ କେନ୍ଦ୍ର ପଠାଯାଇଛି । ପୁଣି ଅନ୍ୟ କେତେକଙ୍କ କରୋନା ପରୀକ୍ଷା ପାଇଁ ସ୍ୱାବ୍ ସଂଗ୍ରହ କରାଯାଇ ଥିବା ସୂଚନା ମିଳିଛି ।
ନୟାଗଡ଼ ସହର ଖଣ୍ଡପଡ଼ା ରୋଡ୍ ର ଏକ ସୁନା ଅଳଙ୍କାର ଦୋକାନି କରୋନା ସଂକ୍ରମିତ ହେବା ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ୫୦ରୁ ଅଧିକ ଲୋକ ସଂପୃକ୍ତ ବ୍ୟବସାୟୀଙ୍କ ସଂସ୍ପର୍ଷରେ ଆସିଥିବା ଚିହ୍ନଟ ହୋଇଛି । ସେମାନଙ୍କ ମଧ୍ୟରୁ କେତେକଙ୍କୁ ସଂଗରୋଧ କେନ୍ଦ୍ରକୁ ପଠାଯାଇ ସ୍ୱାବ ସଂଗ୍ରହ କରାଯାଇଛି । ଆଜି ପୌରାଞ୍ଚଳରରେ ୪୮ଜଣଙ୍କ ସ୍ୱାବ୍ ସଂଗ୍ରହ କରାଯାଇଥିବା ସୂଚନାରୁ ପ୍ରକାଶ । ସୁନଗହଣା କାରବାର ଉଦେଶ୍ୟରେ କଥିତ ଦୋକାନକୁ ଯାଇଥିବା ଅନେକ ଗ୍ରାହକ ଭୟଭିତ ହୋଇ ପଡ଼ିଛନ୍ତି । ଏପରି ସ୍ଥିତିରେ ସମସ୍ତେ କରୋନା ପରୀକ୍ଷା ପାଇଁ ବ୍ୟଗ୍ରତା ପ୍ରକାଶ କରୁଥିବା ବେଳେ ବିନା ଲକ୍ଷଣରେ ସମସ୍ତଙ୍କ ପରୀକ୍ଷା କରାଯାଇ ପାରିବ ନାହି ବୋଲି ମାର୍ଗଦର୍ଶିକାରେ କୁହାଯାଛି ।
ବେକଳ ଆକ୍ରାନ୍ତ ବ୍ୟବସାୟୀଙ୍କ ପ୍ରତ୍ୟେକ୍ଷ୍ୟ ସଂସ୍ପର୍ଶରେ ଥିବା କିଛି ଲୋକଙ୍କ ପରୀକ୍ଷା ପାଇଁ ପ୍ରଶାସନ ବ୍ୟବସ୍ଥା ହୋଇଛି । ଅନ୍ୟମାନଙ୍କଠାରେ ଲକ୍ଷଣ ଦେଖାଯିବା ମାତ୍ରେ ପରୀକ୍ଷା କରାଯିବା । ଶୁକ୍ରବାର ଦିନ ଜଣେ ପଜିଟିଭଙ୍କୁ ମିସାଇ ଇତିମଧ୍ୟରେ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୧୭ ହୋଇଛି । ସେଥି ମଧ୍ୟରୁ ସଂଗରୋଧ କେନ୍ଦ୍ର ବାହାରେ ପଜିଟିଭ ସଂଖ୍ୟା ୧୩ ହୋଇଛି । ଇତିମଧ୍ୟରେ ୧୦୪ ଜଣ ସୁସ୍ଥ ହୋଇଛନ୍ତି ଓ ୧୩ଜଣ ଆକ୍ରାନ୍ତ ଚିକିତ୍ସାଧିନ ରହିଥିବା ଜିଲ୍ଲା କରୋନା ନିୟନ୍ତ୍ରଣ କକ୍ଷ ସୂଚନାରୁ ଜଣାଯାଇଛି ।
