Odisha news

ସହିଦ ଯବାନଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

0

ପିପିଲି-ଲଦାଖର ତାଇୱାନ ଉପତ୍ୟକାରେ ଭାରତ-ଚୀନ ସୀମାରେ ସେନା ବାହିନୀ ମୁହାଁମୁହିଁ ହେବା ସହ ସଂଘର୍ଷ ଘଟିଥିଲା । ଏହି ସଂର୍ଘଷରେ କର୍ଣ୍ଣେଲ ସମେତ ୨୦ ଜଣ ଭାରତୀୟ ବୀର ଯବାନ ସହିଦ୍ ହୋଇଛନ୍ତି । ଭାରତୀୟ ବୀର ଯବାନଙ୍କ ଆତ୍ମାର ସଦଗତି ନିମନ୍ତେ ପିପିଲି ବାଜି ରାଉତ କ୍ଲବ ଦରଡା ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା ।

ସହିଦ ଯବାନଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହ ଭାରତ ମାତାକି ଜୟ, ବୀର ଯବାନ ଅମର ରହେ ସ୍କୋଗାନ ଦେଇ କ୍ୟାଣ୍ଡଲେ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ । ଏଥିରେ ବାଜି ରାଉତ କ୍ଲବ ଦରଡାର ସଭାପତି ରଶ୍ମି ରଞ୍ଜନ ବିଶ୍ୱାଳ , ସମ୍ପାଦକ ଚିତ୍ତ ରଞ୍ଜନ ସାହୁ ଙ୍କ ସହିତ ଅନ୍ୟ ସଦସ୍ୟମାନେ ଉପସ୍ଥିତଥିଲେ ।

Leave A Reply