Odisha news

ନୟାଗଡ଼ରେ ପଣ୍ଡିତ ବିନାୟକ ମିଶ୍ର ଜୟନ୍ତୀ ଓ ସମ୍ବର୍ଦ୍ଧନା ଉତ୍ସବ

0

ନୟାଗଡ଼ : ନୟାଗଡ଼ ମାଟିର ଯୋଗ୍ୟତମ ସନ୍ତାନ, ସାହିତ୍ୟ ସାରଥୀ ପଣ୍ଡିତ ବିନାୟକ ମିଶ୍ରଙ୍କ ଜୟନ୍ତୀ ପାଳିତ ହୋଇଛି । ସ୍ଥାନୀୟ କଳା ଓ ସାହିତ୍ୟ ଅନୁଷ୍ଠାନ ‘ତଥାସ୍ତୁ’ ପକ୍ଷରୁ ଆୟୋଜିତ ଉତ୍ସବରେ ସ୍ୱର୍ଗତ ମିଶ୍ରଙ୍କ ପ୍ରତିମୃର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଥିଲା । ଅନ୍ଲାଇନ ଭର୍ଚୁଆଲ ମିଟିଙ୍ଗରେ ସାହିତ୍ୟ ଓ ଇତିହାସ ପ୍ରତି ପଣ୍ଡିତ ମିଶ୍ରଙ୍କ ଅବଦାନ ସଂପର୍କରେ ଆଲୋଚନା ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ପଣ୍ଡିତ ମିଶ୍ରଙ୍କ ଗବେଷଣାଲବ୍ଧ ଦାନ ଓଡିଆ ଭାଷା ସାହିତ୍ୟ, ଇତିହାସ ଓ ଦର୍ଶନ ବିଦ୍ୟାକୁ ରୁଦ୍ଧିମନ୍ତ କରିଥିବା ଏଥିରେ ମତ ପ୍ରକାଶ ପାଇଥିଲା । ସମାରୋହରେ ସାମୀଲ ଅତିଥି ପଣ୍ଡିତ ମିଶ୍ରଙ୍କ ପ୍ରତି ଆନ୍ତରୀକ ସମ୍ମାନ ଜଣାଇଥିଲେ ।

ସାହିତ୍ୟ ଓ କାବ୍ୟ କବିତା ରଚନା ପାଇଁ କେତେକଙ୍କୁ ସମ୍ବର୍ଦ୍ଦିତ କରାଯାଇଥିଲା । ଚଳିତ ବର୍ଷ ସୁନାମଧନ୍ୟ କଥାକାର ଦେବାଶିଷ ସାମନ୍ତରାୟଙ୍କୁ ‘ତଥାସ୍ତୁ’ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା ।

ଭର୍ଚ୍ଚୁଆଲ ସମ୍ବର୍ଦ୍ଧନା ସମାରୋହରେ ଅନୁଷ୍ଠାନ ସଭାପତି ବରସିନ ବିବି ଅଧ୍ୟକ୍ଷତା କରିଥିଲେ । ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶିକ୍ଷାବିତ୍ ତଥା ସାହିତି୍ୟକ ଅଶୋକ କୁମାର ନାୟକ ମୁଖ୍ୟ ଅତିଥି, ଖଡଗପୁର ମହାବଦ୍ୟାଳୟ ର ଅଧ୍ୟାପକ ଡ. ଜଗମୋହନ ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବେ ସାମୀଲ ହୋଇଥିଲେ । ଅନୁଷ୍ଠାନ ସଂପାଦକ ଶରତ ଆଚାର୍ଯ୍ୟ ଏହାକୁ ସଂଯୋଜନା କରିଥିଲେ ।

Leave A Reply