Odisha news

ନୟାଗଡ଼ରେ କରୋନା ସ୍ଥିତି କଠିନ : ଦିନକରେ ୬୧, ଆକ୍ରାନ୍ତ ସଂଖ୍ୟା ୪ଶହ ପାର

0

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ କରୋନା ସ୍ଥିତି କଠିନ ହେଉଛି । ଗୋଷ୍ଠୀ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗୋଟିଏ ଦିନରେ ୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ୯୫ ପ୍ରତିଶତ ସ୍ଥାନୀୟ ସଂକ୍ରମଣ ରହୁଥିବା ଜଣାପଡ଼ିଛି । ଇତିମଧ୍ୟରେ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୪ଶହ ପାର ହୋଇ ଛି ।

ନୟାଗଡ଼ ଜିଲ୍ଲାରେ କରୋନା କାୟାବିସ୍ତାର କରି ଚାଲିଛି । ଦିନକୁ ଦିନ ଗୋଷ୍ଠୀ ସଂକ୍ରମଣ ବଢ଼ୁଛି । ବର୍ତ୍ତମାନ ଚିହ୍ନଟ ହେଉଥିବା ପଜିଟିଭ୍ଙ୍କ ମଧ୍ୟରେ ଅଧିକାଂଶ ସ୍ଥାନୀୟ ସଂକ୍ରମଣ ରୋଗୀ ଦେଖାଯାଉଛି । ଫଳରେ ଆଗକୁ ସଂକ୍ରମଣ ଅଧିକ ବ୍ୟାପିବାର ଭୟ ରହିଛି । ସରକାରୀ ସୂଚନା ଅନୁଯାୟୀ ଗୁରୁବାର ଦିନ ଜିଲ୍ଲାରେ ୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୫ ମହିଳା ଓ ୩୬ ପୁରୁଷ ଅଛନ୍ତି । ନୟାଗଡ଼ ବ୍ଲକ ୧୧ ଓ ପୈାରାଞ୍ଚଳରେ ୩ଜଣ ଓ ଖଣ୍ଡପଡ଼ା ବ୍ଲକରେ ୩୮ଚିହ୍ନଟ ହୋଇଛନ୍ତି । ଭାପୁର ୫, ରଣପୁର ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଓଡ଼ଗାଁ ଓ ଗଣିଆଁରେ ଜଣେ ଲେଖାଏଁ  ଆକ୍ରାନ୍ତଙ୍କୁ ମିସାଇ ୬୧ ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୪୧୭ ହୋଇଛି । ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ୨୮୮ଜଣ ଚିକିତ୍ସା ପରେ ଆରୋଗ୍ୟ ହୋଇଛନ୍ତି । ଏବେ ୧୨୮ ଜଣ ଆକ୍ରାନ୍ତ ଚିକିତ୍ସାଧିନ ରହିଛନ୍ତି । ଆବଶ୍ୟକତା ଦୃଷ୍ଟିରୁ ନୟାଗଡ଼ ସହରଉପକଣ୍ଠ ଖୁଣ୍ଟୁବନ୍ଧ ପଞ୍ଚାୟତ ଦେବନଗର ଓ ଅଚୁ୍ୟତନଗର ସାହିକୁ ଜିଲ୍ଲା ପ୍ରଶାସନ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିଛି ।

Nalco

Leave A Reply