Odisha news

ବର୍ଷିୟାନ ସାମ୍ବାଦିକ ବିଶ୍ୱନାଥ ସାମନ୍ତଙ୍କ ସ୍ମୃତିସଭା

0

ଖୋର୍ଦ୍ଧ : ଖୋର୍ଦ୍ଧା ଜିଲ୍ଲା ସ୍ତରର ଜଣେ ବର୍ଷିୟାନ ସାମ୍ବାଦିକ , ବିଶିଷ୍ଠ ଗାନ୍ଧିବାଦି ନେତା , ଆଇନଜୀବି ତଥା ସମାଜସେବୀ ବିଶ୍ୱନାଥ ସାମନ୍ତ ଚଳିତ ମାସ ୧୩ ତାରିଖ ଦିନ ୯୫ ବର୍ଷ ବୟସରେ ନିଜ ଖୋର୍ଦ୍ଧା ସ୍ଥିତ ବାସ ଭବନରେ  ଇହଧାମ ତ୍ୟାଗ କରିଥିଲେ । ୨୩ ତାରିଖ ଗୁରୁବାର ଦିନ ଏକାଦଶହ ପାଳିତ ଅବସରରେ ଖୋର୍ଦ୍ଧା ନାଗରିକ ମଚଂ ପକ୍ଷରୁ  ସ୍ଥାନିୟ ନବୀନାବାଗସ୍ଥିତ କଲ୍ୟାଣି ମଣ୍ଡପ ଠାରେ ସ୍ୱର୍ଗତ ସାମନ୍ତଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଟିତ ହୋଇଥିଲା ।

ଏହି ସଭାରେ ସ୍ୱର୍ଗତ ସାମନ୍ତଙ୍କ ସରଳ ଜୀବନ ଯାପନ , ଉତ୍ସଗିକୃତ କାର୍ଯ୍ୟ ଏବଂ ଆମାୟିକ ବ୍ୟବହାର ଦ୍ୱାରା କିପରି ସାଧାରଣରେ କିପରି ବେଶ ଆଦୃତ ହୋଇପାରୁଥିଲେ ତାହାରି ଉପରେ ଉପସ୍ଥିତ ଥିବା ବକ୍ତା ମାନେ ଆଲୋକପାତ କରିଥିଲେ । ଗାନ୍ଧୀଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଜିଲ୍ଲାର ବହୁ ଅଚଂଳରେ ଗଠନ ମୂଳକ କାର୍ଯ୍ୟ କ୍ରମରେ ନିଜକୁ ଉତ୍ସଗିକୃତ କରି ଜନ ସାଧରଣଙ୍କ ମଧ୍ୟରେ ବିଭିନ୍ନ ସକରାତ୍ମକ କାର୍ଯ୍ୟକ୍ରମ ବିଷୟରେ ସଚେତନ ସୃଷ୍ଟି କରୁଥିଲେ ।

ଏଥିଲାଗି ସର୍ବତ୍ର ଗାନ୍ଧିବାଦି ନେତା ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାର ବକ୍ତା ମାନେ ମତବ୍ୟକ୍ତ କରିଥିଲେ । ଭାରତର ଶେଷ ସ୍ୱାଧିନ ଦୁର୍ଗ ଭାବେ ପରିଚିତ ଖୋର୍ଦ୍ଧା ଗଡର ପୁନଃ ଉଦ୍ଧାର ଲାଗି ସର୍ବାଦା ଚିନ୍ତିତ ଏବଂ ଚେଷ୍ଟିତ ଥିଲେ ଏବଂ ତାଙ୍କର ଏହା ଏକ ମଧ୍ୟ ସ୍ୱପ୍ନ ଥିଲା । ଶାରୀରିକ ଭାବେ ସୁସ୍ଥ ଥିବା ସମୟରେ  ପ୍ରତିବର୍ଷ ସ୍ୱାଧିନତା ଦିବସରେ  ଖୋର୍ଦ୍ଧା ଗଡ ପରିଶରରେ ଜାତୀୟ ପତାକା ଉତୋଳନ କରିଆସୁଥିଲେ । ସେହିପରି ଖୋର୍ଦ୍ଧର୍ା ଜିଲ୍ଲା ଗଠନରେ ତାଙ୍କ ଭୂମିକା ଅତୁଳନିୟ ବୋଲି ସ୍ୱର୍ଗତ ସାମନ୍ତଙ୍କ ଜୀବନି ଉପରେ ଆଲୋକପାତ କରିବା ଅବସରରେ ବକ୍ତା ମାନେ ମତବ୍ୟକ୍ତ କରିଥିଲେ ।  ସରକାରଙ୍କ ଠାରୁ ସଙ୍ଗ୍ରାମି ଭତା ଗ୍ରହଣ କରିନଥିଲେ ।

ପ୍ରତିଷ୍ଟିତ ଖବର କାଗଜରେ ବେଶ କିଛି ଦିନ ଧରି ସାମ୍ବାଦିକତା କରି ଏକ ସ୍ୱତନ୍ତ୍ର ସ୍ଥାନ ଦଖଲ କରିବା ସହ ସମ୍ବାଦିକତା କ୍ଷେତ୍ରରେ ସ୍ୱର୍ଗତ ସାମନ୍ତଙ୍କ ଭୂମିକା ଅତୁଳନିୟ ବୋଲି ଅନୁଷ୍ଟିତ ସ୍ମୃତି ଚାରଣ ସଭାରେ ମତ ପ୍ରକାଶ ପାଇଥିଲା । ନାଗରୀକ ମଚଂର ସମ୍ପାଦକ ସଞ୍ଜୟ ପଟ୍ଟନାୟକଙ୍କ ଦ୍ୱାରା ଆହୁତ ସ୍ମୃତି ଚାରଣ ସଭାରେ ପୂର୍ବତନ ବିଧାୟକ ଡଃ ଦିଲ୍ଲିପ ଶ୍ରୀ ଚନ୍ଦନ ସଭାପତିତ୍ୱ କରିଥିବା ବେଳେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ , ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର , ମେଜର କ୍ଷିରେଦ ପ୍ରସାଦ ମହାନ୍ତିଙ୍କ ସମେତ ସାମ୍ବାଦିକ ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ, ଲଳିତ ମୋହନ ମହାପାତ୍ର, ନିରନ ଦୋରା, ବିମଳଚନ୍ଦ୍ର ଷଢଙ୍ଗୀଙ୍କ ସମେତ ବହୁ ବିଶିଷ୍ଠ  ବ୍ୟକ୍ତି ଏହି ସ୍ମୃତି ଚାରଣ ସଭାରେ ଉପସ୍ଥିତ ରହି  ସ୍ୱର୍ଗତ ସାମନ୍ତଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ । ଆଇନଜୀବି ନରେନ୍ଦ୍ର ପୃଷ୍ଟି ସଭା କାଯ୍ୟକୁ ପରିଚାଳନା କରିଥିଲେ ।

Har Ghar Tiranga

Leave A Reply