Odisha news

ଇତିହାସ ରଚିଲା ଭାରତୀୟ ଚଳଚିତ୍ର : ନାଟୁ ନାଟୁ ଓ ଦ ଏଲିଫ୍ୟାଣ୍ଟ ହ୍ବିସ୍ପର ଟିମ ପାଇଲେ ଓସ୍କାର ପୁରସ୍କାର ଓ ପ୍ରଧାନମନ୍ତ୍ରୀ ଜଣାଇଲେ ଅଭିବାଦନ

0

ଓସ୍କାର ୨୦୨୩ ଚଳିତ ଥର ଭାରତୀୟ ମାନଙ୍କ ପାଇଁ କିଛି ବିଶେଷ ଖୁସି ନେଇ ଆସିଛି l କୁହାଯାଇ ପାରେ ଯେ ଏହା ଭାରତୀୟ ମାନଙ୍କ ପାଇଁ ଗୋଟିଏ ଐତିହାସିକ ଦିନ ଥିଲା l କାହିଁକି ନା ଭାରତ  ଚଳିତ ଥର ୨ଟି ଓସ୍କାର ପୁରସ୍କାର ହାସଲ କରି ଦୀର୍ଘଦିନ ପରେ ମନୋରଞ୍ଜନ ଜଗତରେ ଇତିହାସ ରଚିଛି l ‘ RRR ‘ ଓ ‘ ଦି ଏଲିଫ୍ୟାଣ୍ଟ ହ୍ବିସ୍ପର ‘ ଦୁଇଟି ଚଳଚିତ୍ର ଚଳିତ ଥର ୯୫ ତମ ବାର୍ଷିକ ଏକାଡେମୀ ପୁରସ୍କାର ହାସଲ କରିଛି l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଥିପାଇଁ ଏହି ଦୁଇ ଚଳଚିତ୍ର ର ସମସ୍ତ ଟିମ୍ ସଦସ୍ୟ ଙ୍କୁ ଅଭିବାଦନ ଜଣାଇଛନ୍ତି l

୨୦୨୨ ରେ ରିଲିଜ ହୋଇଥିବା ଚଳଚିତ୍ର RRR ଲଗାତାର ଭାବରେ ସଫଳତା ହାସଲ କରିଛି l  ଏହି ଚଳଚିତ୍ର ର ଗୀତ ନାଟୁ ନାଟୁ କୁ ମଧ୍ୟ ଦର୍ଶକ ଖୁବ ପସନ୍ଦ କରିଥିଲେ l  ଗୋଲଡେନ ଗ୍ଲୋବ ପୁରସ୍କାର ୨୦୨୩ ରେ SS ରାଜମାଉଲି ଙ୍କ ନିର୍ଦେଶିତ ଚଳଚିତ୍ର ର ନାଟୁ ନାଟୁ ଗୋଲଡେନ ଗ୍ଲୋବ ପୁରସ୍କାର ରେ ବେଷ୍ଟ ଅରିଜିନାଲ ସଂଗୀତ ସମନ୍ୱିତ କରାଯାଇଛି L  ବର୍ତମାନ ଏହି ଗୀତ ଟି ଓସ୍କାର ପୁରସ୍କାର ମଧ୍ୟ ଲାଭ କରି ସାରିଛି l  ଏହାଛଡା ଗୂନୀତ ମୋଙ୍ଗl ଙ୍କ ‘ ଦ ଏଲିଫୟଣ୍ଟ ହ୍ବିସ୍ପର ‘ ବେଷ୍ଟ ଡକୁମେଣ୍ଟାରୀ ସର୍ଟ ଫିଲ୍ମ କାଟାଗୋରି ରେ ଓସ୍କାର ପୁରସ୍କାର ହାସଲ କରିଛି l  ଏହି ଚଳଚିତ୍ର ଟି ପାରିବାରିକ ଅଟେ l  ଭାରତର ଏହି ୨ଟି ଚଳଚିତ୍ର ବିଜୟ ପୁରସ୍କାର ଲାଭ କରି ସାରିବା ପରେ ଭାରତ ଉତ୍ସବ ମୁଖର ହୋଇ ପଡିଛି l

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନାଟୁ ନାଟୁ କୁ ଗୋଲଡେନ ଗ୍ଲୋବ ଆୱାର୍ଡ ମିଳିବା ପରେ ସମ୍ବର୍ଧନା ଜଣାଇଛନ୍ତି l  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି କହିଛନ୍ତି ‘ ନାଟୁ ନାଟୁ ବିଶ୍ୱ ସ୍ତରରେ ଲୋକପ୍ରିୟତା ହାସଲ କରିଛି l  ଏହା ଗୋଟିଏ ଏଭଳି ଗୀତ ଯାହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଶ୍ୱବାସୀ ମନେ ରଖିବେ l ଏହାଛଡା ଦ ଏଲିଫ୍ୟାଣ୍ଟ ହ୍ବିସ୍ପର ପାଇଁ ସମ୍ପୂର୍ଣ ଟିମ କୁ ସମ୍ବର୍ଧନା ଜଣାଉଛି l ”

୨୦୦୯ ର ଓସ୍କାର ଆୱାର୍ଡ ସମୟରେ ହଲିଉଡ଼ ର ପ୍ରସିଦ୍ଧ ନିର୍ଦେଶକ ଡ଼େନି ବିଏଲ ଙ୍କ ଚଳଚିତ୍ର ‘ସ୍ଲମଡଗ ମିଲିୟନର ‘ ଖୁବ ଧୁମ ମଚାଇଥିଲା l  ଏହି ଏକାଡେମୀ ପୁରସ୍କାର ସମୟରେ ସ୍ଲମଡଗ  ମିଲେନିୟର ଚଳଚିତ୍ରକୁ ସମୁଦାୟ ୮ଟି ପୁରସ୍କାର ମିଳିଥିଲା l  ଏହି ସମୟରେ ବଲିଉଡ ର ପ୍ରସିଧ ଗାୟକ ଏ ଆର ରହମାନ ଙ୍କୁ ସ୍ଲମଡଗ  ମିଲେନିୟର ର ସଂଗୀତ ଜୟ ହୋ ପାଇଁ ଓସ୍କାର ପୁରସ୍କାର ଲାଭ କରିଥିଲେ l  ଏଭଳି ସ୍ଥିତିରେ କୁହାଯାଇ ପାରେ ଯେ ୮୧ ତମ ଓସ୍କାର ପୁରସ୍କାର ସମାରୋହ ସାରା ଦୁନିଆରେ ସେହି ସମୟରେ ସ୍ଲମଡଗ  ମିଲେନିୟର ଚଳଚିତ୍ର ର ଖୁବ ଚର୍ଚା ସାରା ଦୁନିଆରେ ରହିଥିଲା l ପୁଣି ସେହି ସମୟ କୁ ପୁନର୍ବାର ନାଟୁ ନାଟୁ ଫେରାଇ ଆଣିଛି l

Leave A Reply