ମୁମ୍ବାଇ : ସାଉଥ ସିନେମା ର ବ୍ଲକ ବଷ୍ଟାର ଚଳଚିତ୍ର ‘RRR ‘ ସାରା ବିଶ୍ୱରେ ନିଜର ଯାଦୁ ଦେଖାଇଛି । ପ୍ରସିଦ୍ଧ ଚଳଚିତ୍ର ନିର୍ମାତା ଏସ ଏସ ରାଜାମୌଲି ଙ୍କ RRR ସାରା ବିଶ୍ଵର ସମସ୍ତ ଦର୍ଶକ ଙ୍କ ମନ ଜିଣି ପାରିଛି । ଯେଉଁ କାରଣରୁ ୯୫ତମ ଓସ୍କାର ପୁରସ୍କାର ରେ ଏହି ଗୀତ ଟିକୁ ସର୍ଟ ଲିଷ୍ଟେଡ଼ କରାଯାଇଛି । ଚଳିତ ଥର ଓସ୍କାର ପୁରସ୍କାର ରେ ଏହି ନାଟୁ ନାଟୁ ସଙ୍ଗୀତ ର ଗାୟକ ଲାଇଭ ପର୍ଫର୍ମନ୍ସ କରି ସାରା ବିଶ୍ବକୁ ନିଜ ସଙ୍ଗୀତ ରେ ଝୁମାଇବେ । ଆସନ୍ତୁ ଜାଣିବା ଏହି ଗାୟକ ଙ୍କ ବିଷୟରେ ।
ଆମେରିକାର କର୍ଲିଫର୍ଣିଆ ର ଲସ୍ ଆଞ୍ଜେଲାସ୍ ରେ ଚଳିତ ଥର ର ୯୫ ତମ ଓସ୍କାର ପୁରସ୍କାର ସମାରୋହ ଆୟୋଜିତ ହେଉଛି , ଯେଉଁଥିରେ ସାରା ବିଶ୍ବର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ଙ୍କ ଭିଡ ଜମିବ । ସମସ୍ତ ଚଳଚ୍ଚିତ୍ର ସମୀକ୍ଷକ ଙ୍କ ନଜର ଚଳିତ ଥର RRR ଚଳଚ୍ଚିତ୍ର ର ନାଟୁ ନାଟୁ ଗୀତ ଉପରେ ରହିବ । ଯାହାକୁ ଚଳିତ ଥର ବେଷ୍ଟ ଏକାଡେମୀ ପୁରସ୍କାର ୨୦୨୩ ରେ ବେଷ୍ଟ ଓରିଯିନାଲ ସଙ୍ଗ କଟାଗୋରୀ ରେ ନୋମିନେଶନ କରାଯାଇଛି ।
ଚଳିତ ଥର ଓସ୍କାର ପୁରସ୍କାର ରେ ଏହି ‘ ନାଟୁ ନାଟୁ ‘ ସଙ୍ଗୀତ ରେ ଲାଇଭ୍ ପର୍ଗର୍ମନ୍ସ କରିବେ ସାଉଥ୍ ଚଳଚ୍ଚିତ୍ର ର ପ୍ରସିଧ ଗାୟକ ରାହୁଲ୍ ଶିପ୍ଲିଗୁଞ୍ଜ ଓ କାଳ ଭୈରବ ।
ନିକଟରେ ଇଣ୍ଟରନେସନାଲ୍ ଚଳଚ୍ଚିତ୍ର ପୁରସ୍କାର ରେ ଗୋଲ୍ଡେନ ଗ୍ଲୋବ ୨୦୨୩ ରେ ‘ RRR ଚଳଚ୍ଚିତ୍ର ର ଏହି ସଂଗୀତ ଟି ବିଜୟ ହାସଲ କରିଥିଲା । ଏହି ସଂଗୀତ ର ମ୍ୟୁଜିକ କମ୍ପୋଜର ଏମ ଏମ କିରା ବନି ଙ୍କୁ ବିଶେଷ ପୁରସ୍କାର ମିଳିଥିଲା । ଚଳଚ୍ଚିତ୍ର ସମୀକ୍ଷକ ଙ୍କ ର ଆଶା ରହିଛି ଯେ ଏହି ନାଟୁ ନାଟୁ ସଙ୍ଗୀତ ଟି ଭାରତ ର ନାମ କୁ ଗୌରବାନ୍ବିତ କରିବ ।