Odisha news

ସମଗ୍ର ଦେଶରେ ୧୧୨୩୫୯ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ,୪୫୨୯୯ ଜଣ ସୁସ୍ଥ,୩୪୩୫ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ

0

ନୂଆଦିଲ୍ଲୀ: ମେ ୨୧ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୧୨୩୫୯ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୫୨୯୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୩୪୩୫ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୫୩ ଜଣ, ଆସାମରେ ୪ ଜଣ, ବିହାରରେ ୧୦ ଜଣ, ଚଣ୍ଡିଗଡ଼ରେ ୩ ଜଣ, ଦିଲ୍ଲୀରେ ୧୭୬ ଜଣ, ଗୁଜରାଟରେ ୭୪୯ ଜଣ, ହରିୟାଣାରେ ୧୪ ଜଣ, ହିମାଚଳ ପ୍ରଦେଶରେ ୩ ଜଣ, ଜମ୍ମୁ ଓ କଶ୍ମୀରରେ ୧୮ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୪୧ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୨୬୭ ଜଣ, ମହାରାଷ୍ଟ୍ରରେ ୧୩୯୦ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୬ ଜଣ, ପଞ୍ଜାବରେ ୩୮ ଜଣ, ରାଜସ୍ଥାନରେ ୧୪୭ ଜଣ, ତାମିଲନାଡୁରେ ୮୭ ଜଣ, ତେଲେଙ୍ଗାନାରେ ୪୦ ଜଣ, ଉତ୍ତରାଖଣ୍ଡରେ ୧ ଜଣ, ଉତ୍ତରପ୍ରଦେଶରେ ୧୨୭ ଜଣ ଏବଂ ପଶ୍ଚମବଙ୍ଗରେ ୨୫୩ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୬୦୨), ଅରୁଣାଚଳ ପ୍ରଦେଶ (୧), ଆସାମ (୧୭୦), ବିହାର (୧୬୭୪), ଚଣ୍ଡିଗଡ଼ (୨୦୨), ଛତିଶଗଡ଼ (୧୧୫), ଦାଦର ନଗର ହାୱେଲି ୧ ଜଣ, ଦିଲ୍ଲୀ (୧୧୦୮), ଗୋଆ (୫୦), ଗୁଜରାଟ (୧୨୫୩୭), ହରିୟାଣା (୯୯୩), ହିମାଚଳ ପ୍ରଦେଶ (୧୧୦), ଜମ୍ମୁ ଓ କଶ୍ମୀର (୧୩୯୦), ଝାଡ଼ଖଣ୍ଡ (୨୩୧) କର୍ଣ୍ଣାଟକ (୧୪୬୨), କେରଳ (୬୬୬), ଲଦାଖ (୪୪), ମଧ୍ୟପ୍ରଦେଶ (୫୭୩୫), ମହାରାଷ୍ଟ୍ର (୩୯୨୯୭), ମଣିପୁର (୨୫), ମେଘାଳୟ (୧୪), ମିଜୋରାମ (୧), ଓଡ଼ିଶା (୧୦୫୨), ପୁଦ୍ଦୁଚେରୀ (୧୮), ପଞ୍ଜାବ (୨୦୦୫), ରାଜସ୍ଥାନ (୬୦୧୫), ତାମିଲନାଡୁ (୧୩୧୯୧), ତେଲେଙ୍ଗାନା (୧୬୬୧), ତ୍ରିପୁରା (୧୭୩), ଉତ୍ତରାଖଣ୍ଡ (୧୨୨), ଉତ୍ତରପ୍ରଦେଶ (୫୧୭୫) ଓ ପଶ୍ଚିମବଙ୍ଗ (୩୧୦୩) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୬୪୦), ଅରୁଣାଚଳ ପ୍ରଦେଶ (୧), ଆସାମ (୪୮), ବିହାର (୫୭୧), ଚଣ୍ଡିଗଡ଼ (୫୭), ଛତିଶଗଡ଼ (୫୯), ଦିଲ୍ଲୀ (୫୧୯୨), ଗୋଆ (୭), ଗୁଜରାଟ (୫୨୧୯), ହରିୟାଣା (୬୨୭), ହିମାଚଳ ପ୍ରଦେଶ (୫୪), ଜମ୍ମୁ ଓ କଶ୍ମୀର (୬୭୮), ଝାଡ଼ଖଣ୍ଡ (୧୨୭), କର୍ଣ୍ଣାଟକ (୫୫୬), କେରଳ (୫୦୨), ଲଦାଖ (୪୩), ମଧ୍ୟପ୍ରଦେଶ (୨୭୩୩), ମହାରାଷ୍ଟ୍ର (୧୦୩୧୮), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧) ଓଡ଼ିଶା (୩୦୭), ପୁଦ୍ଦୁଚେରୀ (୯), ପଞ୍ଜାବ (୧୭୯୪), ରାଜସ୍ଥାନ (୩୪୦୪), ତାମିଲନାଡୁ (୫୮୮୨), ତେଲେଙ୍ଗାନା (୧୦୧୫), ତ୍ରିପୁରା (୧୩୩), ଉତ୍ତରାଖଣ୍ଡ (୫୩), ଉତ୍ତରପ୍ରଦେଶ (୩୦୬୬) ଓ ପଶ୍ଚିମବଙ୍ଗ (୧୧୩୬) ।

 

Leave A Reply