Odisha news

ବିଶ୍ୱ ବିଖ୍ୟାତ କୋଣାର୍କର ସୂର୍ଯ୍ୟ ମନ୍ଦିର ଓ କୋଣାର୍କ ସହରକୁ ସୌରଚାଳିତ ହେବ

0

ଭୁବନେଶ୍ୱର: ବିଶ୍ୱ ବିଖ୍ୟାତ କୋଣାର୍କର ସୂର୍ଯ୍ୟ ମନ୍ଦିର ଓ କୋଣାର୍କ ସହରକୁ ସୌରଚାଳିତ କରିବାକୁ ଯୋଜନା। କୋଣାର୍କକୁ ଏକ ସୂର୍ଯ୍ୟନଗରୀ ଭାବେ ବିକଶିତ କରିବାକୁ କେନ୍ଦ୍ର ସରକାର ଯୋଜନା କରିଥିବା କେନ୍ଦ୍ର ଶକ୍ତି ରାଷ୍ଟ୍ର ମନ୍ତ୍ରୀ ରାଜ କୁମାର ସିଂହ ସୂଚନା ଦେଇଛନ୍ତି।

ଯୋଜନା ଅନୁଯାୟୀ ୧୦ ମେଗାୱାଟ ସଂଯୁକ୍ତ ଏକ ସୌର ପ୍ରକଳ୍ପ ସହ ଅଫ୍-ଗ୍ରୀଡ ସୌର ବୃକ୍ଷ, ସୌର ପାନୀୟ ଜଳ କିଓସ୍କ ଇତ୍ୟାଦିର ପରିକଳ୍ପନା କରାଯାଇଛି।

ଏହି ପ୍ରକଳ୍ପ ପାଇଁ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରାଳୟ ୨୫ କୋଟି ଯୋଗାଇବ। ଓଡ଼ିଶାର ଅକ୍ଷୟ ଶକ୍ତି ବିକଶ ସଂସ୍ଥା-ଓରେଡା ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବ। ଏହା କାର୍ଯ୍ୟକାରୀ ହେଲେ କୋଣାର୍କ ସହରର ସମସ୍ତ ଶକ୍ତି ଚାହିଦା ସୌରଶକ୍ତିରୁ ପୂରଣ ହୋଇପାରିବ ବୋଲି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସ୍ୱାଗତ କରିଛନ୍ତି। ଏହା ଦ୍ୱାରା କୋଣାର୍କବାସୀ ଏବଂ ସହରକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କୌଣସି ସମସ୍ୟା ରହିବ ନାହିଁ ବୋଲି ସେ ଟୁଇଟ କରି କହିଛନ୍ତି।

Leave A Reply